Categories: ଖେଳ

ଏସିଆନ ଗେମ୍ସ: ୧୦୦ ପଦକ ଜିତି ଇତିହାସ ରଚିଲା ଭାରତ

ହାଝଙ୍ଗୋ,୭।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ୧୦୦ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଖବର ଲେଖିବା ପର୍ଯ୍ୟନ୍ତ, ଏଥିରେ ୨୫ ସ୍ବର୍ଣ୍ଣ ରହିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ସ୍ବର୍ଣ୍ଣ ଜିତି ଭାରତକୁ ୧୦୦ତମ ପଦକ ଦେଇଛନ୍ତି। ମହିଳା କବାଡିର ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଶନିବାର ସକାଳେ ଟିମ ଇଣ୍ଡିଆ ପାଇଁ ଭଲ ରହିଛି। ତୀରନ୍ଦାଜରେ ଶିନିବାର ଦୁଇଟି ସ୍ବର୍ଣ୍ଣ ପଦକ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି।

Share