Posted inଖେଳ

ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

ଡାମ୍ବୁଲା,୨୧ା୭: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା ଟି୨୦ରେ ୨୦୦ ରନ୍‌ ସ୍କୋର କରିବା ସହ କ୍ରମାଗତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ଜବାବରେ ୟୁଏଇ ୨୦ ଓଭରରେ ୭ ଉଇକେଟରେ ୧୨୩ ରନ୍‌ରେ ସୀମିତ ରହିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୨ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ଶେଫାଳି ବର୍ମା ଦ୍ରୁତ ଆରମ୍ଭ କରି ୧୮ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୩୭ ରନ୍‌ କରିଥିଲେ। ସ୍ମୃତି ମନ୍ଧାନା ୯ ଓ ଦୟାଲାନ ହେମଲତା ୨ ରନ୍‌ କରି ଆଉଟ ହେବାରୁ ଭାରତ ସଙ୍କଟରେ ପଡିଥିଲା। ତେବେ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର(୬୬) ଓ ରିଚା ଘୋଷ (୬୪*) ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୫୨ ରନ୍‌ରେ ତୃତୀୟ ଉଇକେଟର ପତନ ପରେ ହରମନ୍‌ପ୍ରୀତ ଓ ଜେମିମା ରୋଡ୍ରିଗୁଏଜ(୧୪) ଚତୁର୍ଥ ଉଇକେଟରେ ୫୪ ରନ୍‌ ଯୋଡିଥିଲେ। ଜେମିମା ଆଉଟ ହେବା ପରେ ପଞ୍ଚମ ଉଇକେଟରେ ରିଚା ଓ ହରମନ୍‌ପ୍ରୀତ ୭୫ ରନ୍‌ ଯୋଡିଥିଲେ।

ଉଭୟ ଖେଳାଳି ୪୫ ବଲ୍‌ ଖେଳି ୭୫ ରନ୍‌ ଯୋଡି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ହରମନ୍‌ପ୍ରୀତ ୪୭ ବଲ୍‌ ଖେଳି ୭ଚୌକା ଓ ୧ ଛକା ମାରି ୨୦ ତମ ଓଭରର ପ୍ରଥମ ବଲରେ ରନ୍‌ଆଉଟ ହୋଇଥିଲେ। ଅନ୍ୟ ପକ୍ଷରେ ରିଚା ୨୯ ବଲ୍‌ ଖେଳି ୧୨ ଚୌକା ଓ ୧ ଛକା ମାରିଥିଲେ। ଅନ୍ତିମ ଓଭରର ଶେଷ ୫ ବଲ୍‌ରେ ସେ ୫ ଚୌକା ମାରି ଭାରତର ସ୍କୋର ୨୦୧ରେ ପହଞ୍ଚାଇଥିଲେ। ୟୁଏଇ ପକ୍ଷରୁ ଅଫସ୍ପିନର କଭିଶା ଏଡୋଗେଡ ୨, ସମାଇରା ଧରଣୀଧରକା ଓ ହୀନା ହତଚନ୍ଦାନୀ ୧ ଉଇକେଟ ଲେଖାଏ ନେଇଥିଲେ।

୨୦୨ ରନ୍‌ର ପିଛା କରୁଥିବା ୟୁଏଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୩/୭ରେ ସୀମିତ ରହିଥିଲା। ଦଳ ପକ୍ଷରୁ କଭିଶା ଏଡୋଗେଡ ଅପରାଜିତ ୪୦ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ଇଶା ରୋହିତ ଓଝା ୩୮ ଓ ଖୁସି ଶର୍ମା ୧୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨, ତନୁଜା କଓ୍ବଁର, ରେଣୁକା ଠାକୁର, ପୂଜା ବସ୍ତ୍ରକାର ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରିଚା ଘୋଷଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri