Posted inଖେଳ

୨ ମ୍ୟାଚରୁ ବାଦ୍‌ ପଡିପାରନ୍ତି ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୨୫।୭: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ୨ ମ୍ୟାଚର ପ୍ରତିବନ୍ଧ ଲଗାଯାଇପାରେ। ଏହା ପଛର କାରଣ ହେଉଛି ବାଂଲାଦେଶ ମହିଳା ଦଳ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତି ସମ୍ପର୍କରେ ଦେଇଥିବା ବିବୃତ୍ତି। ଖେଳର ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଦଣ୍ଡ ଭାବରେ ହରମାନପ୍ରୀତଙ୍କୁ ୪ଟି ଡିମେରିଟ ପଏଣ୍ଟ ଦିଆଯାଇପାରେ ଏବଂ ଏହି କାରଣରୁ ସେ ଏସୀୟ ଗେମ୍ସର ପ୍ରଥମ ୨ମ୍ୟାଚରୁ ଦୂରରେ ରହିପାରନ୍ତି।

ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଏକ ଟାଇରେ ଶେଷ ହେବା ପରେ ସିରିଜ ୧-୧ ଡ୍ରରେ ଶେଷ ହୋଇଥିଲା। ଏହି ମ୍ୟାଚରେ ନାହିଦା ଅଖତରଙ୍କ ବଲରେ ଭାରତୀୟ ଅଧିନାୟକ ଏଲବିଡବ୍ଲୁ ଆଉଟ ହୋଇଥିଲେ। ନିଜେ ପଡ଼ିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରି ହରମାନପ୍ରୀତ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଷ୍ଟମ୍ପରେ ତାଙ୍କ ବ୍ୟାଟ ମାରିଥିଲେ।

ଏହା ପରେ ହରମନପ୍ରୀତ ଉପସ୍ଥାପନା ସମାରୋହରେ ଅମ୍ପାୟାରମାନଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ଭାରତୀୟ ଅଧିନାୟକଙ୍କ ଏହି ବିବୃତ୍ତିରେ ବାଂଲାଦେଶ ଅଧିନାୟକ ନିଗର ସୁଲତାନା ରାଗିଯାଇ ତାଙ୍କ ଦଳକୁ ନେଇ ସେଠାରୁ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

Video: ଦର୍ଶକଙ୍କ ମନ ଚୋରି କଲେ ନୋରା, ବାନ୍ଧି ରଖିଲେ ବାଦଶାହା

ନୂଆଦିଲ୍ଲୀ,୮।୨: ଟି-୨୦ ବିଶ୍ୱକପ ୨୦୨୬ ଶନିବାର, ଫେବୃଆରୀ ୭ରେ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ଏବଂ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri