Posted inଖେଳ

୫-୦ରେ ସିରିଜ ବିଜୟୀ ହେଲା ଭାରତ

ସିଲ୍‌ହେଟ୍‌,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍‌ରେ ବିଜୟ ହାସଲ କରିବା ସହ ୫ମ୍ୟାଚ ବିଶିଷ୍ଟ ସିରିଜ୫-୦ରେ ଜିତି ନେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳ ୫ଉଇକେଟ ବିନିମୟରେ ୧୫୬ରନ କରିଥିଲା। ଜବାବରେ ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୩୫ ରନ କରିବାରେ ସମର୍ଥ ହୋଇଥିଲା।

ଭାରତୀୟ ଇନିଂସରେ ବିଳମ୍ବରେ ରିଚା ଘୋଷଙ୍କ ବିସ୍ଫୋରକ ଅପରାଜିତ ୨୮ ରନ ଅନ୍ୟତମ। ସେ ୧୭ଟି ବ୍‌ଲର ସମ୍ମୁଖୀନ ହୋଇ ୩ ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ପୂର୍ବରୁ ଦୟାଲାନ ହେମଲତା (୩୭) ଓ ଅଧିନାୟିକା ହରମନପ୍ରୀତ କୌର (୩୦) ତୃତୀୟ ଉଇକେଟରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ୬୦ରନ ଯୋଗ କରିଥିଲେ। ଅନ୍ୟ ସଫଳ ବ୍ୟାଟର ଭାବେ ଓପନର ସ୍ମୃତି ମନ୍ଧାନା ୩୩ ରନ (୨୫ବଲ୍‌, ୪ ଚୌକା,୧ଛକା) କରିଥିଲେ। ସେ ଓ ଶେଫାଳି ବର୍ମା (୧୪) ପ୍ରଥମ ଉଇକେଟରେ ୨୫ ରନ ଯୋଗ କରିଥିଲେ। ସିରିଜରେ ଭାରତ ସର୍ବାଧିକ ସ୍କୋର କରିପାରିଥିଲା।

ବାଂଲାଦେଶର ଦୁଇ ସଫଳ ବୋଲର ରାବେୟା ଖାନ୍‌ ଓ ନାହିଦା ଅକ୍ତର ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ବାଂଲାଦେଶ ଇନିଂସରେ ଟପ୍‌ ସ୍କୋରର ରୀତୁ ମୋନି ୩୭ ରନ କରିଥିବାବେଳେ ସୋର୍ଫିଆ ଖାତୁନ ୨୮ ଏବଂ ରୁବିୟା ହାଇଦର ୨୦ ରନ କରିଥିଲେ। ଭାରତ ତରଫରୁ ରାଧା ଯାଦବ ୨୪ ରନ ଦେଇ ୩ ଏବଂ ଆଶା ସୋଭାନା ୨୫ ରନ ଦେଇ ୨ଟି ଉଇକେଟ ନେଇଥିଲେ। ରାଧା ଯାଦବ ଉଭୟ ପ୍ଲେୟର ଅଫ୍‌ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ରାଜ୍ୟ ସଭା ନିର୍ବାଚନ: ବିଜୟ ପରେ ବିଜେଡି, କଂଗ୍ରେସ ବିଧାୟକଙ୍କୁ ଏମିତି କହିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ଓଡ଼ିଶା ରାଜ୍ୟସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ଭାଜପା ସମର୍ଥିତ ଏହି ଅଭିଜ୍ଞ ନେତାଙ୍କ ବିଜୟ ପରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri