Posted inଖେଳ

୨ ଦିନରେ ଭାରତ ଜିତିଲା ପିଙ୍କ୍‌ ବଲ ଟେଷ୍ଟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଛି। ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଦେଇଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ଦଳ ପକ୍ଷରୁ ଧାର୍ଯ୍ୟ ୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୭.୪ ଓଭରରେ ବିନା କ୍ଷତିରେ ହାସଲ କରି ନେଇଛି। ପୂର୍ବରୁ ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍‌ କରିଥିବାବେଳେ ଭାରତ ୧୪୫ ରନ୍‌ କରିଥିଲା। ୩୩ ରନ୍‌ରେ ପଛୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମ୍ୟାଚ୍‌ର ଉଭୟ ଇନିଂସରେ ଅକ୍ଷର ପଟେଲ ୫ ଉଇକେଟ ସଫଳତା ପାଇଛନ୍ତି। ଆଉ ଟେଷ୍ଟ କ୍ୟାରିୟରରେ ୪୦୦ ଉଇକେଟ ପୂରଣ କରିଛନ୍ତି ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏହା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ର ମୁଖ୍ୟାଂଶ ଥିଲା। ବିଜୟ ସହ ଭାରତୀୟ ଦଳ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୧ର ଅଗ୍ରଣୀ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri