ଗ୍ରାମୀ ପୁରସ୍କାର ୨୦୨୪: ଶଙ୍କର ମହାଦେବନଙ୍କ ‘ଶକ୍ତି’ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ବର୍ଗରେ ଜିତିଲା ପୁରସ୍କାର

ନୂଆଦିଲ୍ଲୀ,୫।୨: ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ବ୍ୟାଣ୍ଡ ଶକ୍ତି ‘ଦି ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ପାଇଛି। ଭାରତ ପାଇଁ ଚଳିତ ବର୍ଷ ଗ୍ରମିସରେ ଏହା ବଡ଼ ପୁରସ୍କାର। ଏହି ଟିମରେ ଗୀଟାର ବାଦକ ଜନ୍ ମ୍ୟାକ୍ ଲୌଗଲିନ୍, କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍, ପରକ୍ୟୁସିନିଷ୍ଟ ଭି ସେଲଭାଗାନେଶ ଏବଂ ବୀଣାକାର ଗଣେଶ ରାଜାଗୋପାଲାନ୍ ମଧ୍ୟ ଅଛନ୍ତି।

ଭାରତୀୟ ସଂଗୀତ ନିର୍ଦ୍ଦେଶକ ତଥା ଗ୍ରାମି ବିଜେତା ରିକି କେଜ ମଞ୍ଚରେ ସେମାନଙ୍କର ପୁରସ୍କାର ଗ୍ରହଣ ସମୟର ଏକ ଭିଡିଓ ସେୟାର କରି ଶକ୍ତି ବ୍ୟାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି କେଜ ଲେଖିଛନ୍ତି, “ଶକ୍ତି ଏକ ଗ୍ରାମି ଜିତିଛି !!! ଏହି ଆଲବମ୍ ମାଧ୍ୟମରେ 4 ଟି ଉଜ୍ଜ୍ୱଳ ଭାରତୀୟ ସଂଗୀତଜ୍ଞ ଗ୍ରାମିସ୍ ଜିତନ୍ତି !! ଭାରତ ପ୍ରତ୍ୟେକ ଦିଗରେ ଏବେ ଉଜ୍ଜ୍ୱଳ।

ପୁରସ୍କାର ଗ୍ରହଣ ପରେ ଶଙ୍କର ମହାଦେବନ ତାଙ୍କ ଅଭିଭାଷଣରେ ପତ୍ନୀଙ୍କୁ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। “ଏଠି ସହିତ ନିଜର ଟିମ୍ ଏବଂ ଭଗବାନ, ପରିବାର, ବନ୍ଧୁ ଏବଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଆମେ ଭାରତ ପାଇଁ ଗର୍ବିତ। ମୁଁ ଏହି ପୁରସ୍କାରକୁ ମୋ ପତ୍ନୀଙ୍କୁ ଉତ୍ସର୍ଗ କରିବାକୁ ଚାହେଁ, ଯାହାଙ୍କୁ ମୋର ସଙ୍ଗୀତର ପ୍ରତ୍ୟେକ ନୋଟ୍ ଉତ୍ସର୍ଗ କରାଯାଇଛି ବୋଲି ଶଙ୍କର କହିଛନ୍ତି।

Share