Categories: ଖେଳ

ଟସ୍‌ ଜିତିଲା ଭାରତ

ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଖେଳୁଥିବା ଏକାଦଶରେ ଶ୍ରେୟସ ଆୟର ଏବଂ ହନୁମା ବିହାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ମ୍ୟାଚ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ (ପିସିଏ) ଷ୍ଟାଡିୟମରେ ଖେଳାଯାଉଛି ।
ଭାରତ (ଏକାଦଶ ଖେଳିବା):ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ ଆୟର, ରିଷଭ ପନ୍ତ (ଉଇକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ଜସପ୍ରୀତ ବୁମ୍‌ରା ଏବଂ ଜୟନ୍ତ ଯାଦବ।

Share