Posted inଖେଳ

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ସ୍ଥିତିରେ ବରାବର ରହିବାରୁ ଶୁଟ୍‌ଆଉଟ ପଦ୍ଧତିର ସହାୟତା ନିଆ ଯାଇଥିଲା। ଶୁଟ୍‌ ଆଉଟ ପର୍ଯ୍ୟାୟରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ, ସୁଖଜିତ ସିଂ ଓ ଦିଲପ୍ରୀତ ସିଂ ଗୋଲ ଦେଇଥିବାବେଳେ ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦ ମିସ୍‌ କରିଥିଲେ। ଅଷ୍ଟ୍ରେଲିଆର ଜ୍ୟାକ ହାର୍ଭି, କ୍ରେଗ୍‌ ମାରେସ ଓ ଜ୍ୟାକ୍‌ ଓ୍ବେଲଚ ଗୋଲ ଦେଇଥିଲେ ଏବଂ ଜ୍ୟାକ ହ୍ବିଟନ ଓ ନାଥାନ ଏଫ୍ରାଉମ୍ସ ମିସ୍‌ କରିଥିଲେ। ଫଳରେ ସଡନ୍‌ ଡେଥ୍‌ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଭାରତର ହରମନପ୍ରୀତ ଗୋଲ ଦେଇଥିବାବେଳେ ଅଷ୍ଟ୍ରେଲିଆର ଜ୍ୟାକ୍‌ ଓ୍ବେଲ୍ଚ ମିସ୍‌ କରି ଯାଇଥିଲେ। ଏଠାରେ ବିଜୟ ଫଳରେ ଭାରତ ପ୍ରୋ-ଲିଗ୍‌ର ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ୪ଟି ମ୍ୟାଚ ଜିତି ଅପରାଜେୟ ରହିଛି। ଦଳ ୨ଥର ଲେଖାଏ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା ଭାରତ ମ୍ୟାଚର ୨ୟ ମିନିଟରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ ଗେମ୍‌ ଖେଳୁଥିବା ବିବେକ ସାଗର ପ୍ରସାଦଙ୍କ ଗୋଲ ବଳରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଶେଷରେ ଭାରତର ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆଉ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତ ୧-୦ରେ ଆଗୁଆ ରହି ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧ ଅର୍ଥାତ୍‌ ତୃତୀୟ କ୍ୱାର୍ଟର ଆରମ୍ଭର ଅଳ୍ପ କିଛି ସମୟ ପରେ ଅର୍ଥାତ୍‌ ୩୭ତମ ମିନିଟରେ ଭାରତୀୟ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ମିଳିଥିଲା। ନାଥନ ଏଫ୍ରାଉମ୍ସ ଏଥିରୁ ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ୪ର୍ଥ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୪୭ତମ ମିନିଟରେ ସୁଖଜିତ ସିଂ ଏକ ଫିଲ୍ଡ ଗୋଲ ଦେଇ ଭାରତକୁ ପୁଣି ଅଗ୍ରଣୀ କରିଥିଲେ। ମାତ୍ର ୫୨ତମ ମିନିଟରେ ପେନାଲ୍ଟି କର୍ନରରୁ ଗୋଲଟିକୁ ପରିଶୋଧ କରି ଦେଇଥିଲେ ଟିମ୍‌ ହୋଓ୍ବାର୍ଡ।

ଭାରତ ଏହାର ପ୍ରଥମ ମ୍ୟାଚରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୨ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚରେ ଜର୍ମାନୀକୁ ପୁଣି ୬-୩ ଗୋଲରେ ହରାଇ ବଡ଼ ସଫଳତା ପାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ଏଠାରେ ଖେଳିଥିବା ୪ ମ୍ୟାଚରୁ ଗୋଟିଏ ଲେଖାଏ ବିଜୟ ସହ ଅଭିଯାନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri