ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା ମୁକାବିଲାରେ ଇରାନକୁ ୪୦-୩୪ରେ ପରାସ୍ତ କରି ଭାରତ କବାଡ଼ିରେ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହା ଏକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ ରହିଥିଲା। ପ୍ରଥମାର୍ଦ୍ଧରେ ଇରାନ ଅଗ୍ରଣୀ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା।
ପ୍ରଥମାର୍ଦ୍ଧରେ ୨୦ ମିନିଟରେ ଇରାନ ୧୮-୧୭ରେ ଆଗୁଆ ରହିଥିଲା। ତଥାପି, ଭାରତୀୟ ଖେଳାଳି ଦ୍ୱିତୀୟାର୍ଦ୍ଧରେ ଖେଳର ମୋଡ଼ ବଦଳାଇ ଦେଇଥିଲେ। ଇରାନ ବିପକ୍ଷରେ୨୩-୧୬ ସ୍କୋର କରି ଭାରତ ମ୍ୟାଚ୍ରେ ଆଗୁଆ ରହିଥିଲା। ଶେଷାର୍ଦ୍ଧରେ ଅଲ-ଆଉଟର ଶିକାର ହେବା ପରେ ଇରାନ ଚାପରେ ଥିବା ପରି ମନେ ହେଉଥିଲା। ଭାରତ ଏହି ସ୍ଥିତିର ଭରପୂର ଫାଇଦା ଉଠାଇଥିଲା। ଏବଂ ଏହି ସମୟ ଭାତର ଉତ୍କୃଷ୍ଟ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
କବାଡ଼ିରେ ଭାରତର ନବମ ସ୍ବର୍ଣ୍ଣ ପଦକ
୧୯୯୦ସ୍ରୁ ୨୦୨୬ ମଧ୍ୟରେ ଅନୁଷ୍ଠିତ ୧୦ଟି ଏସୀୟ କ୍ରୀଡ଼ା ଇଭେଣ୍ଟରେ, ଭାରତୀୟ ପୁରୁଷ କବାଡ଼ି ଦଳ ୯ଥର ସ୍ବର୍ଣ୍ଣ ପଦକ ହାସଲ କରିଛି। କେବଳ ୨୦୧୮ରେ ଭାରତୀୟ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହୋଇଥିଲା। ଇରାନକୁ ପରାସ୍ତ କରି ଭାରତୀୟ ମହିଳା ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ମହିଳା କବାଡ଼ି ଦଳ ଫାଇନାଲରେ ଇରାନକୁ ୩୭-୩୪ ବ୍ୟବଧାନରେ ପରାସ୍ତ କରି ସ୍ବର୍ଣ୍ଣ ହାସଲ କରିଛି। ଏହି ମ୍ୟାଚ୍ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟ ଦଳ ପ୍ରାଧାନ୍ୟ ବିସ୍ତାର କରୁଥିବା ମନେ ହେଉଥିଲା, ତଥାପି ଶେଷ ଆଡ଼କୁ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା।