Posted inଖେଳ

ବିନା ପ୍ରସ୍ତୁତିରେ ଅଭିଯାନ ଆରମ୍ଭ କରିବ ଭାରତ

ହାଙ୍ଗଝୋ,୧୯ା୯ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୨୦୨୩ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ମଙ୍ଗଳବାର ଆରମ୍ଭ ହେବ ଫୁଟବଲ ଟୁର୍ନାମେଣ୍ଟ। ଭାରତୀୟ ପୁରୁଷ ଦଳ ଚାଇନା ବିପକ୍ଷରୁ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଶେଷ ମୁହୂର୍ତ୍ତରେ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଦଳର ସମସ୍ତ ଖେଳାଳି ଏକତ୍ର ଅଭ୍ୟାସ କରିବାର ମଧ୍ୟ ସୁଯୋଗ ପାଇ ନାହାନ୍ତି। ଶୁକ୍ରବାର ଦଳ ଘୋଷଣା ହୋଇଥିବା ବେଳେ ରବିବାର ଚାଇନା ଗସ୍ତ କରିଥିଲା ଭାରତ। ଏପରି କି ଦଳର ଦୁଇ ଡିଫେଣ୍ଡର କୋନସାମ ଚିଙ୍ଗଲସେନା ସିଂ ଓ ଲାଲଚୁଙ୍ଗନୁଙ୍ଗାଙ୍କୁ ଭିଜା ନ ମିଳିବାରୁ ଉଭୟ ଦଳ ସହିତ ଗସ୍ତ କରି ନାହାନ୍ତି। ଉଭୟଙ୍କ ପାଇଁ ଏକ୍ସପ୍ରେସ୍‌ ଭିଜା ବ୍ୟବସ୍ଥା କରାଯାଉଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ଉଭୟ ଦଳ ସହିତ ଯୋଗଦେବେ ବୋଲି ଚେଫ୍‌ ଡେ ମିଶନ ଭୂପିନ୍ଦର ସିଂ ବାଜଓ୍ବା କହିଛନ୍ତି। ଉଭୟ ଖେଳାଳି ମଙ୍ଗଳବାର ମ୍ୟାଚରୁ ବାଦ୍‌ ପଡିଥିବା ବେଳେ ବରିଷ୍ଠ ଖେଳାଳି ସୁନୀଲ ଛେତ୍ରୀ ଓ ସନ୍ଦେଶ ଝିଙ୍ଗନଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଖେଳାଳି କିଛି ସପ୍ତାହ ହେବ ଅଭ୍ୟାସ ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଦୁଇ ମ୍ୟାଚ୍‌ ପାଇଁ ଉଭୟଙ୍କୁ ବିଶ୍ରାମ ଦିଆଯାଉଛି। ଚାଇନା ଭାରତ ଅପେକ୍ଷା ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଭାରତର ବିଜୟ ସମ୍ଭାବନା ମଧ୍ୟ ସାମାନ୍ୟ କମ୍‌। ଅନ୍ୟପକ୍ଷରେ ବାଂଲାଦେଶ ଓ ମ୍ୟାନ୍‌ମାର ବିପକ୍ଷ ମ୍ୟାଚକୁ ଭାରତ ସହଜରେ ଜିତିବାର ସମ୍ଭାବନା ରହିଛି। ଶେଷ ଥର ପାଇଁ ୨୦୦୨ ବୁସାନ୍‌ ଏସିଆନ୍‌ ଗେମ୍ସରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଚାଇନା ୨-୦ରେ ଏହି ମ୍ୟାଚକୁ ଜିତି ନେଇଥିଲା। ଏପରି କି ପ୍ରଥମ ମ୍ୟାଚ୍‌ ପାଇଁ ଚାଇନାକୁ ଫେଭରିଟ୍‌ ବିବେଚନା କରିଛନ୍ତି ଷ୍ଟିମାକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

ମାଙ୍କଡ଼ ଆତଙ୍କ: ସିଧା ଆସି ଧରିଲା ଅଣ୍ଟାକୁ …

ବନ୍ତ,୧୮।୦୪(କିଶୋର କୁମାର ସେଠୀ): ମାଙ୍କଡ଼ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଜଣକ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ଦାମୋଦର ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri