Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ରୁ ଭାରତୀୟ ଦଳକୁ ପ୍ରତ୍ୟାହାର କରିନେଇଥିଲା। ଫଳତଃ ଏହାଦ୍ୱାରା ପ୍ରଭାବିତ ସମସ୍ତ ୧୨ କୁସ୍ତିଯୋଦ୍ଧା ଶୁକ୍ରବାର ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ବାସଭବନକୁ ଯାଇଥିଲେ। ସେମାନେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନା ପରେ ସଞ୍ଜୟ ସିଂ ଖବରଦାତାମାନଙ୍କୁ କହିଛନ୍ତି, ମହାସଂଘ ବିରୋଧରେ ଯେଉଁ ଅଦାଲତ ଅବମାନନା ମୋକଦ୍ଦମା ହୋଇଛି ସେସବୁ ସରକାର ବୁଝିବେ। ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ କୁସ୍ତି ଯୋଦ୍ଧାମାନଙ୍କର ଟିକେଟ ସଂରକ୍ଷଣ ହୋଇ ସାରିଛି। ସେମାନେ ରବିବାର ସକାଳେ ପ୍ରସ୍ଥାନ କରିପାରିବେ। ସରକାର ଡବ୍ଲ୍ୟୁଏଫ୍‌ଆଇ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିବା ଲାଗି କୌଣସି ପ୍ରତିଶ୍ରୁତି ଦେଇଛନ୍ତି କି ବୋଲି ତାଙ୍କୁ ପଚରାଯିବାରେ ମନ୍ତ୍ରୀ କହିଥିଲେ ଏହାର ସମୀକ୍ଷା ହେବ। ଏଥିପାଇଁ ଏକମାସ ସମୟ ଲାଗିବ। ମାଣ୍ଡ୍ୟବ କହିଥିଲେ, ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ। ସମସ୍ତ କ୍ରୀଡ଼ା ମହାସଂଘ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ। ସରକାର କେବଳ ସେମାନଙ୍କୁ ସହାୟତା ପ୍ରଦାନ କରିବେ। ଦେଶରେ କ୍ରୀଡ଼ାର ଅଗ୍ରଗତି ହେଉ। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେମାନେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି ମନ୍ତ୍ରୀ କହିଥିଲେ। ଅକ୍ଟୋବର ୨୮ରୁ ଆଲବାନିଆର ଟିରାନାଠାରେ ୧୨ଟି ଅଣଅଲିମ୍ପିକ କାଟେଗୋରିରେ ସିନିୟର ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବ। କୁସ୍ତିଯୋଦ୍ଧାମାନେ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତେବେ ଏହାର ଶୁଣାଣି ଶୁକ୍ରବାର ପୂର୍ବରୁ ହୋଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଏହି ପରିପ୍ରେକ୍ଷୀରେ କୁସ୍ତିଯୋଦ୍ଧା ମନୀଷା ଭାନଓ୍ବାଲା(୬୫କେଜି) କହିଛନ୍ତି, ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ହାସଲ ପର୍ଯ୍ୟାୟରେ ପହଞ୍ଚତ୍ବା ଲାଗି ଆମକୁ ୧୦ରୁ ୧୨ ବର୍ଷ ସମୟ ଲାଗିଛି। ବର୍ତ୍ତମାନ ଆମ ନିକଟରୁ ଏହି ସୁଯୋଗ ଛଡ଼ାଇ ନିଆଯାଉଥିଲା।
ସୂଚନାଯୋଗ୍ୟ, ମହାସଂଘର ଦୈନନ୍ଦିନ କାର୍ଯ୍ୟ ଦେଖା ଚାହଁା କରିବା ଲାଗି ଆଡହକ ପ୍ୟାନେଲର ପୁନଃ ପ୍ରବର୍ତ୍ତନ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିଦେଇଥିଲା। ଫଳରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁଥିବା ଦର୍ଶାଇ ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟରେ ଫେରାଦ ହେବା ସହ ଡବ୍ଲ୍ୟୁଏଫ୍‌ଆଇ ବିଶ୍ୱ ଚାମ୍ପିୟନଶିପରୁ ଏହାର ଦଳ ପ୍ରତ୍ୟାହାର କରି ନେଇଥିଲା। ଡବ୍ଲ୍ୟୁଏଫ୍‌ଆଇ ନିକଟରେ ୨୩ ବର୍ଷରୁ କମ୍‌ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ସିଲେକ୍ସନ ଟ୍ରାଏଲ୍ସ ଘୋଷଣା କରିଥିଲା। ତେବେ ଏହାର ବୈଧତାକୁ ନେଇ ଅତୀତରେ ଯୌନଶୋଷଣ ଅଭିଯୋଗରେ ପୂର୍ବତନ ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାମାନେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସତ୍ୟବ୍ରତ ଅନ୍ୟତମ। ତଥାକଥିତ ଆନ୍ଦୋଳନକାରୀମାନଙ୍କ କ୍ୟାରିୟର ଶେଷ ହୋଇଯାଇଛି। ସେମାନେ ଏହି ବ୍ୟାପାରରେ ମୁଣ୍ଡ ନ ଖେଳାଇବା ଭଲ ବୋଲି ମନୀଷା ଭାନଓ୍ବାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri