Categories: ଜାତୀୟ

୨୦୪୭ ସୁଦ୍ଧା ବହୁ ଦେଶଙ୍କୁ ପଛରେ ପକାଇବ ଭାରତ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ଧରି ଓ୍ବେବନାରରେ ଭାରତର ବିକାଶ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ଜାରି ରଖିଛନ୍ତି। ଶନିବାର ସେ କହିଛନ୍ତି, ଯେ ଚଳିତ ବଜେଟରେ ଦେଶର ଭିତ୍ତିଭୂମି ନିର୍ମାଣ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି। ଏହି ଧାରା ଜାରି ରହିଲେ ଭାରତ ୨୦୪୭ ସୁଦ୍ଧା ବିକାଶ କ୍ଷେତ୍ରରେ ପୃଥିବୀର ବହୁ ଦେଶକୁ ପଛରେ ପକାଇ ଆଗେଇ ଯିବ।

ପୁରୁଣା ସରକାର ଦେଶର ବିକାଶ ଉପରେ ଧ୍ୟାନ ଦେଉ ନ ଥିଲେ। ମାତ୍ର ଏବେ ୨୦୧୪ଠାରୁ ଦେଶର ବିକାଶ ଧାରାକୁ ଆଗେଇ ନେବାକୁ ଯୋଜନାବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୧୪ ପୂର୍ବରୁ ଦେଶରେ ୬୦୦ କିଲୋମିଟର ରେଳଲାଇନ ବିଛା କାର୍ଯ୍ୟ କରାଯାଉଥିଲା। ମାତ୍ର ଏବେ ତାହା ବର୍ଷକୁ ୪୦୦୦ କିଲୋମିଟରରେ ପହଞ୍ଚିଛି।

Share