Categories: ଖେଳ

ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରୁ ଭାରତର ଡବ୍ଲ୍ୟୁଟିସି ଅଭିଯାନ ଆରମ୍ଭ ହେବ। ନିୟମ ଅନୁସାରେ ୯ ଟେଷ୍ଟ ପ୍ଲେଇଂ ଦେଶ ୨ ବର୍ଷ ମଧ୍ୟରେ ନିଜ ପସନ୍ଦର ୬ଟି ଦଳ ବିପକ୍ଷରେ ଖେଳିବେ। ଏଥିରୁ ୩ ଦେଶ ବିପକ୍ଷରେ ଘରୋଇ ପରିବେଶରେ ଓ ୩ ଦେଶ ବିପକ୍ଷରେ ବାହାରେ ଖେଳିବେ।

ଆଗାମୀ ୨ ବର୍ଷ ମଧ୍ୟରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଘରୋଇ ପରିବେଶରେ ସିରିଜ ଖେଳିବ। ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସହିତ ସେମାନଙ୍କ ଦେଶରେ ଖେଳିବ। ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ସିରିଜ ଆରମ୍ଭ ହେବ। ୨୦୨୧ ଡିସେମ୍ବରରୁ ୨୦୨୨ ଜାନୁୟାରୀ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଏହାପରେ ୨୦୨୨ ନଭେମ୍ବରରେ ବାଂଲାଦେଶ ଯାଇ ସିରିଜ ଖେଳିବ। ଆସନ୍ତା ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ବିଶିଷ୍ଟ ଘରୋଇ ସିରିଜ ଖେଳିବ।

Share