ଭାରତକୁ ଫେରିବ କି ଟିକ୍‌ଟକ୍‌ ? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା

ନୂଆଦିଲ୍ଲୀ,୮।୯: ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବିଷୟରେ ସରକାର କୌଣସି ଆଲୋଚନା କରିନାହାନ୍ତି। ଟିକ୍‌ଟକ୍‌ ର ମୂଳ କମ୍ପାନୀ ବାଇଟଡାନ୍ସ ଭାରତରେ ପୁନଃପ୍ରବେଶ ପାଇଁ ପ୍ରସ୍ତୁତି କରୁଛି ବୋଲି ଚାଲିଥିବା ଜଳ୍ପନାକୁ ଖଣ୍ଡନ କରି ବୈଷ୍ଣବ କହିଛନ୍ତି, “କୌଣସି ପକ୍ଷରୁ ଏପରି କୌଣସି ପ୍ରସ୍ତାବ ଆସିନାହିଁ।”

ଗତ ମାସରେ ଟିକ୍‌ଟକ୍‌ ର ଓ୍ଵେବସାଇଟ୍ ଭାରତରେ ଏୟାରଟେଲ ଓ ଭୋଡାଫୋନ ଭଳି କିଛି ବ୍ରଡବ୍ୟାଣ୍ଡ ଓ ମୋବାଇଲ ନେଟୱାର୍କରେ କ୍ଷଣିକ ପାଇଁ ଉପଲବ୍ଧ ହୋଇଥିଲା, ଯାହା ପରେ ସୋସିଆଲ ମିଡିଆରେ ଏହାର ପ୍ରତ୍ୟାବର୍ତନ ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଅଧିକାରୀମାନେ ଏହାକୁ ଖାରଜ କରିଛନ୍ତି।

ଟିକ୍‌ଟକ୍‌ କୁ ୨୦୨୦ ଜୁନରେ ଜାତୀୟ ସୁରକ୍ଷା ଓ ଡାଟା ଗୋପନୀୟତା ଚିନ୍ତାକୁ ନେଇ ଭାରତରେ ପ୍ରଥମେ ବ୍ୟାନ କରାଯାଇଥିଲା। ଏହା ସହିତ ୫୯ଟି ଚାଇନା ଆପ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ। ପରେ ଆପଲ ଓ ଗୁଗଲ ନିଜ ଆପ ଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଇଥିଲେ ଏବଂ ୨୦୨୧ ଜାନୁଆରୀରେ ଏହି ନିଷେଧାଜ୍ଞା ସ୍ଥାୟୀ କରାଯାଇଥିଲା। ସେତେବେଳେ ଭାରତ ଥିଲା ଟିକଟକର ସବୁଠାରୁ ବଡ଼ ବ୍ୟବହାରକାରୀ ବେସ୍, ଯେଉଁଠାରେ ୨୦୦ ନିୟୁତରୁ ଅଧିକ ଲୋକ ଏହା ବ୍ୟବହାର କରୁଥିଲେ।

ବାଇଟଡାନ୍ସର ଅନ୍ୟ ପ୍ରଡକ୍ଟ ଯେପରି ହେଲୋ ଓ କ୍ୟାପକଟ୍ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲା। ପରେ କମ୍ପାନୀକୁ ଭାରତରେ ତା’ର ମ୍ୟୁଜିକ ଷ୍ଟ୍ରିମିଂ ସେବା ରେସୋକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଥିଲା।

ଚାଇନା ନିବେଶକମାନେ ଭାରତୀୟ ଟେକ ଇକୋସିଷ୍ଟମରେ ପୁନର୍ବାର ସକ୍ରିୟ ହେବା ସମ୍ଭାବନା ଉପରେ ବୈଷ୍ଣବ କହିଛନ୍ତି ଯେ ସରକାର ଏକ ସ୍ୱଚ୍ଛ ନୀତି ଅନୁସରଣ କରିବେ। “ଆମେ ଏକ ଅତ୍ୟନ୍ତ ସ୍ୱଚ୍ଛ ଦେଶ। ନୀତିଗୁଡ଼ିକ ସମସ୍ତଙ୍କ ସହ ସ୍ପଷ୍ଟ ଭାବେ ବାଣ୍ଟି ହେବ,” ସେ କହିଛନ୍ତି।

୨୦୨୦ ଏପ୍ରିଲରେ କେନ୍ଦ୍ର ସରକାର ବୈଦେଶିକ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ପାଇଁ କଡ଼ା ନିୟମ ଜାରି କରିଥିଲେ, ଯାହା ଅନୁଯାୟୀ ଭାରତ ସହ ସ୍ଥଳସୀମା ସଂଲଗ୍ନ ଦେଶରୁ ଆସୁଥିବା ନିବେଶ ପାଇଁ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି। ଏହି ନୀତି ଯୋଗୁଁ ଚାଇନା ନିବେଶ ହ୍ରାସ ପାଇଥିଲା ଏବଂ ଅନେକ ଭାରତୀୟ ଷ୍ଟାର୍ଟଆପକୁ ଚାଇନା ଅଂଶଧନ କମାଇବାକୁ ବା ବିକଳ୍ପ ବାଟ ଦେଖିବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri