ଭାରତକୁ ଫେରିବ କି ଟିକ୍‌ଟକ୍‌ ? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା

ନୂଆଦିଲ୍ଲୀ,୮।୯: ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବିଷୟରେ ସରକାର କୌଣସି ଆଲୋଚନା କରିନାହାନ୍ତି। ଟିକ୍‌ଟକ୍‌ ର ମୂଳ କମ୍ପାନୀ ବାଇଟଡାନ୍ସ ଭାରତରେ ପୁନଃପ୍ରବେଶ ପାଇଁ ପ୍ରସ୍ତୁତି କରୁଛି ବୋଲି ଚାଲିଥିବା ଜଳ୍ପନାକୁ ଖଣ୍ଡନ କରି ବୈଷ୍ଣବ କହିଛନ୍ତି, “କୌଣସି ପକ୍ଷରୁ ଏପରି କୌଣସି ପ୍ରସ୍ତାବ ଆସିନାହିଁ।”

ଗତ ମାସରେ ଟିକ୍‌ଟକ୍‌ ର ଓ୍ଵେବସାଇଟ୍ ଭାରତରେ ଏୟାରଟେଲ ଓ ଭୋଡାଫୋନ ଭଳି କିଛି ବ୍ରଡବ୍ୟାଣ୍ଡ ଓ ମୋବାଇଲ ନେଟୱାର୍କରେ କ୍ଷଣିକ ପାଇଁ ଉପଲବ୍ଧ ହୋଇଥିଲା, ଯାହା ପରେ ସୋସିଆଲ ମିଡିଆରେ ଏହାର ପ୍ରତ୍ୟାବର୍ତନ ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଅଧିକାରୀମାନେ ଏହାକୁ ଖାରଜ କରିଛନ୍ତି।

ଟିକ୍‌ଟକ୍‌ କୁ ୨୦୨୦ ଜୁନରେ ଜାତୀୟ ସୁରକ୍ଷା ଓ ଡାଟା ଗୋପନୀୟତା ଚିନ୍ତାକୁ ନେଇ ଭାରତରେ ପ୍ରଥମେ ବ୍ୟାନ କରାଯାଇଥିଲା। ଏହା ସହିତ ୫୯ଟି ଚାଇନା ଆପ୍ ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ। ପରେ ଆପଲ ଓ ଗୁଗଲ ନିଜ ଆପ ଷ୍ଟୋରରୁ ଏହି ଆପଗୁଡ଼ିକୁ ହଟାଇଥିଲେ ଏବଂ ୨୦୨୧ ଜାନୁଆରୀରେ ଏହି ନିଷେଧାଜ୍ଞା ସ୍ଥାୟୀ କରାଯାଇଥିଲା। ସେତେବେଳେ ଭାରତ ଥିଲା ଟିକଟକର ସବୁଠାରୁ ବଡ଼ ବ୍ୟବହାରକାରୀ ବେସ୍, ଯେଉଁଠାରେ ୨୦୦ ନିୟୁତରୁ ଅଧିକ ଲୋକ ଏହା ବ୍ୟବହାର କରୁଥିଲେ।

ବାଇଟଡାନ୍ସର ଅନ୍ୟ ପ୍ରଡକ୍ଟ ଯେପରି ହେଲୋ ଓ କ୍ୟାପକଟ୍ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲା। ପରେ କମ୍ପାନୀକୁ ଭାରତରେ ତା’ର ମ୍ୟୁଜିକ ଷ୍ଟ୍ରିମିଂ ସେବା ରେସୋକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଥିଲା।

ଚାଇନା ନିବେଶକମାନେ ଭାରତୀୟ ଟେକ ଇକୋସିଷ୍ଟମରେ ପୁନର୍ବାର ସକ୍ରିୟ ହେବା ସମ୍ଭାବନା ଉପରେ ବୈଷ୍ଣବ କହିଛନ୍ତି ଯେ ସରକାର ଏକ ସ୍ୱଚ୍ଛ ନୀତି ଅନୁସରଣ କରିବେ। “ଆମେ ଏକ ଅତ୍ୟନ୍ତ ସ୍ୱଚ୍ଛ ଦେଶ। ନୀତିଗୁଡ଼ିକ ସମସ୍ତଙ୍କ ସହ ସ୍ପଷ୍ଟ ଭାବେ ବାଣ୍ଟି ହେବ,” ସେ କହିଛନ୍ତି।

୨୦୨୦ ଏପ୍ରିଲରେ କେନ୍ଦ୍ର ସରକାର ବୈଦେଶିକ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ପାଇଁ କଡ଼ା ନିୟମ ଜାରି କରିଥିଲେ, ଯାହା ଅନୁଯାୟୀ ଭାରତ ସହ ସ୍ଥଳସୀମା ସଂଲଗ୍ନ ଦେଶରୁ ଆସୁଥିବା ନିବେଶ ପାଇଁ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି। ଏହି ନୀତି ଯୋଗୁଁ ଚାଇନା ନିବେଶ ହ୍ରାସ ପାଇଥିଲା ଏବଂ ଅନେକ ଭାରତୀୟ ଷ୍ଟାର୍ଟଆପକୁ ଚାଇନା ଅଂଶଧନ କମାଇବାକୁ ବା ବିକଳ୍ପ ବାଟ ଦେଖିବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?