Posted inଖେଳ

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଆଡିଲେଡ୍‌,୧୦ା୧୧(ପି.ଟି): ଚଳିତ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଗୁରୁବାର ଆଡିଲେଡରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ଏହି ମ୍ୟାଚରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଏହି ମ୍ୟାଚ ସହିତ ଭାରତ ନିଜର ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ଚଳିତ ଟୁର୍ନାମେଣ୍ଟର ସୁପର-୧୨ ପର୍ଯ୍ୟାୟରେ ଇଂଲଣ୍ଡ ତୁଳନାରେ ଭାରତର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ଇଂଲଣ୍ଡ ନିକଟରେ ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟଲରଙ୍କ ପରି ମ୍ୟାଚ ବିଜେତା ରହିଛନ୍ତି। ସେମିଫାଇନାଲରେ ମୁକାବିଲାରେ ଭଲ ପ୍ରଦର୍ଶନ କରିବା ଦଳ ହିଁ ପୁରସ୍କୃତ ହେବ ା ତେଣୁ ଗ୍ରୁପ୍‌ ପର୍ଯ୍ୟାୟ ପ୍ରଦର୍ଶନର କୌଣସି ମୂଲ୍ୟ ରହି ନ ଥାଏ।

ଇଂଲଣ୍ଡ ଚଳିତ ବିଶ୍ୱକପ୍‌ରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସମର୍ଥ ହୋଇନାହିଁ ବୋଲି ସ୍ବୀକାର କରିଛନ୍ତି ବେନ୍‌ ଷ୍ଟୋକ୍ସ। ତେବେ ଇତିହାସ ମଧ୍ୟ ଭାରତ ସପକ୍ଷରେ ନାହିଁ। ବିଗତ ୯ ବର୍ଷ ହେବ ଭାରତ ବିଭିନ୍ନ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ ଷ୍ଟେଜରେ ପହଞ୍ଚୁଥିଲେ ମଧ୍ୟ ଜିତିବାରେ ସମର୍ଥ ହେଉନାହିଁ। ୨୦୧୪ ଟି୨୦ ବିଶ୍ୱକପ୍‌ ଫାଇନାଲ, ୨୦୧୬ ଟି୨୦ ବିଶ୍ୱକପ୍‌ ସେମିଫାଇନାଲ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତ ଟାଇଟଲ ହାସଲରେ ସମର୍ଥ ହୋଇନାହିଁ। ରୋହିତ ଶର୍ମା ଉକ୍ତ ୪ଟି ଦଳରେ ସାମିଲ ଥିଲେ ମଧ୍ୟ ଅଧିନାୟକ ନ ଥିଲେ ା ଫୁଲ୍‌ଟାଇମ୍‌ ଅଧିନାୟକ ହେବା ପରେ ରୋହିତଙ୍କ ନିକଟରେ ଇତିହାସ ସୃଷ୍ଟି କରିବାରେ ଏହା ଏକ ସୁବର୍ଣ୍ଣ ସୁଯୋଗ।

ଏହି ଟୁର୍ନାମେଣ୍ଟରେ ୫ ମ୍ୟାଚରୁ ମାତ୍ର ୮୯ ରନ୍‌ କରିଥିବା ରୋହିତଙ୍କ ହାତରେ ଆଘାତ ସତ୍ତ୍ୱେ ନିଜ ପସନ୍ଦର ପୁଲ୍‌ ଶଟ୍‌ ଖେଳିବା ଆଶା କରାଯାଉଛି। ଅନ୍ୟପକ୍ଷରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସଭିଙ୍କ ନଜର ରହିବ। ଆଦିଲ ରଶିଦ୍‌ ଓ ଟୁର୍ନାମେଣ୍ଟର ଟପ୍‌ ସ୍କୋରର କୋହଲିଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ଓ ସାମ୍‌ କୁରାନ୍‌ ଏବଂ ଭାରତର ନୂଆ ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ହେବାକୁ ଥିବା ଲଢେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ। ସେହିପରି ବେନ୍‌ ଷ୍ଟୋକ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ଦକ୍ଷତା ମଧ୍ୟରେ ଏକ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ଫ୍ୟାନମାନେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ରେ ଭାରତ- ପାକିସ୍ତାନ ମ୍ୟାଚ ଦେଖିବାକୁ ସବୁଠୁ ଉତ୍ସାହୀ ରହିଛନ୍ତି।

କାର୍ତ୍ତିକ/ପନ୍ତ, ଚହଲ/ ଅକ୍ଷର: ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଉଇକେଟକିପର ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବ ତାହା ଉପରୁ ପରଦା ହଟୁନାହିଁ। ଏହା ସହିତ ସ୍ପିନ୍‌ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ସାମିଲକୁ ନେଇ ଦ୍ୱନ୍ଦ୍ୱରେ ରହିଛି ଭାରତ। ୫ ନମ୍ବର ସ୍ଥାନରେ ଭାରତୀୟ ଦଳ ଏଯାଏ ଏହାର ଶ୍ରେଷ୍ଠ ବିକଳ୍ପ ପାଇନାହିଁ। ଦୀନେଶ କାର୍ତ୍ତିକ ବିଫଳ ହୋଇଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ପନ୍ତଙ୍କୁ ସୁଯୋଗ ମିଳିଥିଲା। ପନ୍ତ ବିଫଳ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଚିନ୍ତାରେ ପଡିଛି। ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଫିନିଶର ଭାବରେ ଦୀନେଶ କାର୍ତ୍ତିକଙ୍କୁ ପସନ୍ଦ କରୁଥିବାରୁ ତାଙ୍କୁ ଏହି ମ୍ୟାଚରେ ସୁଯୋଗ ମିଳିପାରେ।

ସେହିପରି ଅକ୍ଷର ପଟେଲଙ୍କ ଇକୋନୋମି ହାର ୯ ରନ୍‌ ଉପରେ ରହିଥିବା ବେଳେ ମାତ୍ର ୩ ଉଇକେଟ ନେଇଛନ୍ତି। ଏହି ମ୍ୟାଚଟି ପୂର୍ବରୁ ବ୍ୟବହୃତ ହୋଇ ସାରିଥିବା ପିଚ୍‌ରେ ଖେଳା ଯାଉଥିବାରୁ ଚହଲ ଅଧିକ ଘାତକ ସାବ୍ୟସ୍ତ ହୋଇପାରନ୍ତି। ମାର୍କ ଉଡ୍‌ ପିଠିରେ ଆଘାତ କାରଣରୁ ବାଦ୍‌ ପଡିପାରନ୍ତି। ଟାଇମାଲ୍‌ ମିଲ୍ସ ଓ କ୍ରିସ୍‌ ଜୋର୍ଡାନ ତାଙ୍କର ବିକଳ୍ପ ଭାବରେ ସାମିଲ ହେବେ। ସାମ୍‌ କୁରାନ୍‌ ଓ ବେନ୍‌ ଷ୍ଟୋକ୍ସ ଚମତ୍କାର ଫର୍ମରେ ରହିଥିବା ବେଳେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଆଲେକ୍ସ ହେଲ୍ସ, ଲିଆମ ଲିଭିଙ୍ଗଷ୍ଟୋନ୍‌ ଏବଂ ଜୋସ ବଟଲର ଯେକୌଣସି ବୋଲିଂ ଲାଇନଅପ୍‌କୁ ଧ୍ୱସ୍ତ କରିପାରନ୍ତି। ଆଡିଲେଡ ପିଚ୍‌ରେ ୧୭୦ ରନ୍‌ ହାରାହାରି ସ୍କୋର ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ୪ଟି ଓ ଇଂଲଣ୍ଡ ୩ଟି ମ୍ୟାଚ ଜିତିଥିଲା। ଦୁଇ ଦଳ ଗୋଟିଏ ଲେଖାଏ ମ୍ୟାଚରେ ପରାଜିତ ହୋଇଥିଲେ।

ଭାରତ ପଲା ଭାରି

ଟି୨୦ ରେକର୍ଡ ଦୃଷ୍ଟିରୁ ଇଂଲଣ୍ଡ ବିପକ୍ଷରେ ଭାରତର ପଲା ଭାରି ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଏଥିରୁ ଭାରତ ୧୨ଟି ଏବଂ ଇଂଲଣ୍ଡ ୧୦ଟିରେ ବିଜୟୀ ହୋଇଛି। ଘରୋଇ ପରିବେଶରେ ଭାରତ ୬ଟି, ଇଂଲଣ୍ଡରେ ୪ଟି ଏବଂ ନିରପେକ୍ଷ ଭେନ୍ୟୁରେ ୨ଟି ମ୍ୟାଚ ଜିତିଛି। ଇଂଲଣ୍ଡ ଘରୋଇ ଏବଂ ଭାରତ ମାଟିରେ ୫ଟି ଲେଖାଏ ଟି୨୦ ଜିତିଛି। ନିରପେକ୍ଷ ଭେନ୍ୟୁରେ ଏହି ଦଳ ଭାରତକୁ ହରାଇ ପାରିନାହିଁ। ସେହିପରି ଟି୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୩ଟି ମ୍ୟାଚରେ ଭେଟିଛନ୍ତି। ଏଥିରୁ ଭାରତ ୨ଟିରେ ବିଜୟୀ ହୋଇଥିବାବେଳେ ଇଂଲଣ୍ଡ ଗୋଟିଏ ମ୍ୟାଚ ଜିତିବାକୁ ସକ୍ଷମ ହୋଇଛି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ଭାରତର ସର୍ବାଧିକ ସ୍କୋର ୨୧୮ ଏବଂ ଇଂଲଣ୍ଡର ୨୦୦ ରହିଛି। ଭାରତର ସର୍ବନିମ୍ନ ସ୍କୋର ୧୫୦ ଥିବାବେଳେ ଇଂଲଣ୍ଡର ୮୦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri