Posted inଖେଳ

ICC Champions Trophy: ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଦୁବାଇ, ୪ା୩:ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା। ଦଳ ଆଇସିସି ଟୁର୍ନାମେଣ୍ଟର ନକଆଉଟ ପର୍ଯ୍ୟାୟରେ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ଦୁଇ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩ ଥର ବାଜିମାତ କରିଛି। ଭାରତ ଅନ୍ତିମ ଥର ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା।

୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲା। ଏଥିପୂର୍ବରୁ ୨୦୨୩ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆକୁ ଚଳିତ ଥର ଆଇସିସି ଟୁର୍ନାମେଣ୍ଟର ନକଆଉଟରେ ପରାସ୍ତ କରିବାର ଭଲ ସୁଯୋଗ ରହିଛି। ଏହା ପଛର କାରଣ ହେଉଛି ଦଳରେ ଟପ ସ୍ପିନରଙ୍କ ଉପସ୍ଥିତି। ଟୁର୍ନାମେଣ୍ଟ ପୂର୍ବରୁ ଭାରତୀୟ ଦଳରେ ୫ ସ୍ପିନରଙ୍କ ଚୟନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ହେଲେ ଏବେ ତାହା ଦୁବାଇର ଧିମା ପିଚରେ ମାଷ୍ଟରଷ୍ଟୋ୍ରକ୍‌ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ତା’ର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି। ଏଥିଯୋଗୁ ଦଳୀୟ ଖେଳାଳିଙ୍କୁ ପିଚ୍‌ର ପରିସ୍ଥିତି ସମ୍ପର୍କରେ ଭଲ ଭାବେ ଜଣା ଅଛି।

ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ନେଇ ଗଠିତ ଭାରତୀୟ ସ୍ପିନ ବିଭାଗ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ୯ ଉଇକେଟ ଅକ୍ତିଆର କରିଥିଲା। କିନ୍ତୁ ସେମାନଙ୍କୁ ଉଇକେଟ ନେବା ପାଇଁ ପ୍ରତିପକ୍ଷ ଦଳ ଉପରେ ଲଗାତର ଚାପ ପକାଇବାକୁ ପଡ଼ିଥିଲା। ସେମାନେ ୩୯ ଓଭରରେ ୧୨୮ ଡଟ୍‌ ବଲ ପକାଇଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଖରେ କେବଳ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଆଡାମ ଜାମ୍ପା ରହିଛନ୍ତି। ତାଙ୍କୁ ଟ୍ରାଭିସ ହେଡ ଓ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ଭଳି ପାର୍ଟ-ଟାଇମ ସ୍ପିନର ସହାୟତା କରିବେ। ପେଣ୍ଡାଜନିତ ଇଞ୍ଜୁରି କାରଣରୁ ମାଥ୍ୟୁ ଶର୍ଟ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ କୁପର କନୋଲୀଙ୍କୁ ଦଳରେ ସାମିଲ କରାଯାଇଛି।

ମିଚେଲ ଷ୍ଟାର୍କ, ଅଧିନାୟକ ପାଟ କୁମିନ୍ସ ଓ ଜୋଶ ହାଜେଲଉଡଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆର ବୋଲିଂ ଲାଇନ ଅପ ଦୁର୍ବଳ ହୋଇପଡ଼ିଛି। ଏହାର ପ୍ରମାଣ ଇଂଲଣ୍ଡ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଥିଲା। ଏହି ଦୁଇ ମ୍ୟାଚରେ ବୋଲରମାନେ ଯଥାକ୍ରମେ ୩୫୨ ଓ ୨୭୩ ରନ ଖର୍ଚ୍ଚ କରିଥିଲେ। ଏଣୁ ଭାରତର ବିରାଟ କୋହଲି, ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶୁବମନ ଗିଲ ଅଷ୍ଟ୍ରେଲିଆର ପେସରଙ୍କ ଲାଗି ଆକ୍ରମଣାତ୍ମକ ରଣନୀତି ଆପଣେଇବେ। କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ୩୫୦ରୁ ଊର୍ଦ୍ଧ୍ୱ ଟାର୍ଗେଟ ପିଛା କରି ମ୍ୟାଚ ଜିତିଥିଲା। ଏହି ମ୍ୟାଚରେ ଅଧିନାୟକ ଷ୍ଟିଭେନ ସ୍ମିଥ ଓ ଓପନର ଟ୍ରାଭିସ ହେଡ ଆଖିଦୃଶିଆ ଯୋଗଦାନ ଦେଇ ନ ଥିଲେ। ମାତ୍ର ଭାରତୀୟ ଦଳ ସେମାନଙ୍କୁ ଯଥାଶୀଘ୍ର ପାଭିଲିଅନ ପଠାଇବାକୁ ଚାହିଁବ। ଗତ କିଛିବର୍ଷ ହେଲା ହେଡ୍‌ ଅନେକ ଥର ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।

ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ (ଅଧିନାୟକ), ଆଲେକ୍ସ କାରେ, ଟ୍ରାଭିସ ହେଡ, ବେନ ଡ୍ବାରଶୁଇସ, ନାଥନ ଏଲିସ, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ଜେକ ଫ୍ରେଜର-ମ୍ୟାକଗର୍କ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?