Posted inଜାତୀୟ

୨୦୩୬ ଅଲମ୍ପିକ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବ: ପ୍ରଧାନମନ୍ତ୍ରୀ..

ନୂଆଦିଲ୍ଲୀ,୧୪।୧୦ : (୦୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଦେଶରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ସମସ୍ତ ଉଦ୍ୟମ କରିବାକୁ ପ୍ରସ୍ତୁତ। କାରଣ ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଅଧିବେଶନ ଉଦଘାଟନ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ୧୪୦ କୋଟି ଭାରତୀୟଙ୍କ ଭାବନା ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହେଁ। ୨୦୩୬ ଅଲିମ୍ପିକ୍ସକୁ ନିଜ ମାଟିରେ ଆୟୋଜନ କରିବା ପାଇଁ ଭାରତ ନିଜର ଉଦ୍ୟମ ଜାରି ରଖିଛି।

ଏହାପୂର୍ବରୁ ଭାରତ ୨୦୨୯ ରେ ଆୟୋଜିତ ହେବାକୁ ଥିବା ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହୀ।

ମୋର ବିଶ୍ୱାସ ଅଛି ଭାରତ ଆଇଓସିର ନିରନ୍ତର ସମର୍ଥନ ପାଇବ। ଭାରତ ଏକ ବୃହତ ସ୍ତରରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତୁତ। ଜି-୨୦ ର ଆୟୋଜନ ସମୟରେ ବିଶ୍ୱ ଏହା ଦେଖିଛି। ଭାରତରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୪୧ ତମ ଅଧିବେଶନ ହେବା ଅତ୍ୟନ୍ତ ସ୍ବତନ୍ତ୍ର। ୪୦ବର୍ଷ ପରେ ଭାରତରେ ଆଓସି ଅଧିବେଶନ ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ ।

ସେ କହିଛନ୍ତି, ବର୍ଷ ବର୍ଷ ଧରି ଭାରତ ସମସ୍ତ ପ୍ରକାରର ବିଶ୍ୱ କ୍ରୀଡା ଟୁର୍ନାମେଣ୍ଟ ଆୟୋଜନ କରିବାର କ୍ଷମତା ପ୍ରମାଣ କରିଛି। ଆମେ ନିକଟରେ ଚେସ ଅଲିମ୍ପିଆଡ ଆୟୋଜନ କରିଥିଲୁ ଯେଉଁଥିରେ ବିଶ୍ୱର ୧୮୬ ଟି ଦେଶ ଅଂଶଗ୍ରହଣ କରିଥିଲେ। ଆମେ ମହିଳା ଫୁଟବଲ ଅଣ୍ଡର -୧୭ ବିଶ୍ୱକପ, ପୁରୁଷ ହକି ବିଶ୍ୱକପ, ଶୁଟିଂ ବିଶ୍ୱକପ ମଧ୍ୟ ଆୟୋଜନ କରିଥିଲୁ ।

ବିଶ୍ୱର ସବୁଠୁ ବଡ କ୍ରିକେଟ ଲିଗ (ଆଇପିଏଲ) ମଧ୍ୟ ପ୍ରତିବର୍ଷ ଭାରତରେ ଆୟୋଜିତ ହୋଇଥାଏ। ବର୍ତ୍ତମାନ ଭାରତରେ କ୍ରିକେଟ ବିଶ୍ୱକପ ମଧ୍ୟ ଚାଲିଛି। ଏହି ଉତ୍ସାହର ବାତାବରଣରେ, ସମସ୍ତେ ମଧ୍ୟ ଖୁସି ଆଇଓସି କାର୍ଯ୍ୟନିର୍ବାହୀ ବୋର୍ଡ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛି । ଆମେ ଶୀଘ୍ର ଏ ବିଷୟରେ ସକାରାତ୍ମକ ଖବର ଶୁଣିବାକୁ ଆଶା କରୁଛୁ।

ଅହମଦାବାଦରେ ଚାଲିଥିବା ବିଶ୍ୱକପରେ ପାକିସ୍ତାନ ଉପରେ ଭାରତର ବିଜୟ ସମ୍ପର୍କରେ ସେ କହିଛନ୍ତି କିଛି ମିନିଟ ପୂର୍ବରୁ ମଧ୍ୟ ଅହମଦାବାଦର ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ ଭାରତ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଏହି ଐତିହାସିକ ବିଜୟ ପାଇଁ ମୁଁ ଟିମ ଇଣ୍ଡିଆ ଏବଂ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଉଛି।

ଭାରତର ପ୍ରାଚୀନ କ୍ରୀଡା ପରମ୍ପରା ବିଷୟରେ ସେ କହିଛନ୍ତି, ଭାରତରେ ଖେଳ ଆମ ସଂସ୍କୃତି ଏବଂ ଆମର ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଆମର ପ୍ରତ୍ୟେକ ଉତ୍ସବ ଭାରତର ଗ୍ରାମଗୁଡିକରେ କ୍ରୀଡା ବିନା ଅସମ୍ପୂର୍ଣ୍ଣ । ଆମେ ଭାରତୀୟମାନେ କେବଳ କ୍ରୀଡାପ୍ରେମୀ ନୁହଁ ବରଂ ଆମେ ସେହି ଲୋକ ଯେଉଁମାନେ କ୍ରୀଡାରେ ବଞ୍ଚନ୍ତି ଏବଂ ଏହା ଦ୍ୱାରା ଆମର ହଜାର ହଜାର ବର୍ଷର ଇତିହାସରେ ପ୍ରତିଫଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri