Posted inଜାତୀୟ

‘ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ’

ନାଗପୁର,୨୪।୮: ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭଗବତ କହିଛନ୍ତି। ଚନ୍ଦ୍ରାୟନ-୩ ର ସଫଳ ଅବତରଣରେ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ କେହି ଅବତରଣ କରି ନ ଥିଲେ, ଆମର ବୈଜ୍ଞାନିକମାନେ ଦୀର୍ଘ ଦିନର ପରିଶ୍ରମ ପରେ ସେଠାରେ ପ୍ରଥମ ଅବତରଣ କରିବାର ଗୌରବ ହାସଲ କରିଛନ୍ତି। ଏହା କେବଳ ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱର ମାନବିକତା ପାଇଁ ସମ୍ଭବ ହୋଇଛି। ବର୍ତ୍ତମାନ ଭାରତ ବିଶ୍ୱକୁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ପଥରେ ଆଗେଇବ।
ଭାଗବତ କହିଛନ୍ତି ଯେ, ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ’ ଦୃଷ୍ଟିକୋଣରୁ ଦେଖୁଥିବା ଭାରତ ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧତା ଆଡ଼କୁ ଗତି କରିଛି। ଆମର ବୈଜ୍ଞାନିକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ଆମ ପାଇଁ ଆଣିଥିବା ଗର୍ବର ମୁହୂର୍ତ୍ତ ପାଇଁ ଆମେ କୃତଜ୍ଞ। ସ୍ବାଧୀନତାର ଅମୃତ ମହୋତ୍ସବରେ ଏହା ଏକ ବାସ୍ତବିକ ଅମୃତ ବର୍ଷା କରୁଥିବା କ୍ଷଣ। ଏହା ଆମେ ସମସ୍ତେ ନିଜ ଆଖିରେ ଦେଖିଲୁ। ବର୍ତ୍ତମାନ ଆମେ ଆମର କର୍ତ୍ତବ୍ୟ ପାଇଁ ଜାଗ୍ରତ, ଏବଂ ଆଗକୁ ବଢିବା ଆବଶ୍ୟକ। ଆଗକୁ ବଢିବାକୁ ହେଲେ ଆମର ସମସ୍ତ ଆବଶ୍ୟକୀୟ ସାମର୍ଥ୍ୟ, ଆବଶ୍ୟକ କଳା କୌଶଳ ବିକାଶ ହେବା ଉଚିତ୍‌। ଆଜିର ଘଟଣା ଏହା ପ୍ରମାଣ କରିଛି। ମୁଁ ପୁଣି ଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ହୃଦୟରୁ କହୁଛି – ଭାରତ ମାତା କି ଜୟ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?