Categories: ଖେଳ

ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ

ମେଲବୋର୍ନ, ୧୦ା୫: ଭାରତୀୟ କ୍ରିକେଟ ଟିମ୍‌ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆଇସିସି ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ମଧ୍ୟ ନିଜ ଦେଶରେ ଜିମ୍ବାଓ୍ବେ, ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଟି୨୦ ମ୍ୟାଚ ଖେଳିବ।

ତେବେ ଅଷ୍ଟ୍ରେଲିଆରେ ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବରରେ ଟି୨୦ ବିଶ୍ୱକପ୍‌ ଆୟୋଜିତ ହେବ। କାର୍ଯ୍ୟସୂଚୀ ଅନୁସାରେ ଭାରତ ନିଜ ଦେଶରେ ଜୁନ୍‌ ୯ରୁ ୧୯ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ପରେ ଦଳ ଆୟର୍ଲାଣ୍ଡ ଟୁର୍‌ରେ ଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପୁନଃନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଟେଷ୍ଟ ଜୁଲାଇ ୧ରୁ ଖେଳିବ।

Share