Categories: ଖେଳ

ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ, ୭ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବୋର୍ଡ ବୈଠକରେ ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ମହାମାରୀ ଯୋଗୁ ବିଶ୍ୱବ୍ୟାପୀ କ୍ରିକେଟ ଖେଳ ପ୍ରଭାବିତ ହୋଇଥିବାରୁ ଆସନ୍ତା ବର୍ଷ ନ୍ୟୁଜିଲାଣ୍ଡରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିିଆ ମହିଳା ବିଶ୍ୱକପ୍‌ ୨୦୨୨ ଫେବୃୟାରୀ-ମାର୍ଚ୍ଚକୁ ଘୁଞ୍ଚାଇ ଦିଆଯାଇଥିବା ଆଇସିସି କହିଛି।

Share