ମେ’ ଶେଷ ସୁଦ୍ଧା ଭାରତକୁ ମିଳିବ ୩୦ ଲକ୍ଷ ସ୍ପୁଟନିକ୍‌-ଭି ଡୋଜ୍‌: ଅଗଷ୍ଟରେ ଉତ୍ପାଦନ ହେବ ଆରମ୍ଭ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଦେଶରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ରୁଷିଆ ଟିକା ସ୍ପୁଟନିକ୍‌-ଭି ଟିକାକୁ ମଧ୍ୟ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ମେ’ ଶେଷ ସୁଦ୍ଧା ଭାରତକୂ ୩୦ ଲକ୍ଷ ଡୋଜ୍‌ ସ୍ପୁଟନିକ୍‌-ଭି ଡୋଜ୍‌ ଆସିବ। ଜୁନରେ ଏହା ୫୦ ଲକ୍ଷ ଡୋଜ୍‌ରେ ପହଞ୍ଚିବ ବୋଲି ରୁଷିଆରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତ ଡ. ବାଲା ଭେଙ୍କଟେଶ ବର୍ମା ସୂଚନା ଦେଇଛନ୍ତି। ଇତିମଧ୍ୟରେ ଭାରତକୁ ରୁଷିଆରୁ ପ୍ରଥମ ପର୍ଯ୍ୟାୟରେ ୧୫୦,୦୦୦ ଡୋଜ୍‌ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୦,୦୦୦ ଡୋଜ୍‌ ଆସି ପହଞ୍ଚିଛି। ସ୍ପୁଟନିକ୍‌ ସହିତ ଭାରତର ରେଡ୍ଡୀ ଲାବୋରେଟୋରୀର ବୁଝାମଣା ହୋଇଛି। ଏହା ଅନ୍ତର୍ଗତ ରେଡ୍ଡୀ ଲାବୋରେଟୋରୀରେ ଅଗଷ୍ଟ ମାସଠାରୁ ସ୍ପୁଟନିକ୍‌ ଟିକା ଉତ୍ପାଦନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮୫ କୋଟି ଡୋଜ୍‌ ଉତ୍ପାଦନ କରିବାରକୁ ଯୋଜନା କରାଯାଇଛି।

Share