Posted inଖେଳ

ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ

ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍‌ ଜିତିବା ସହିତ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବ। ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ବେଳେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ ହୋଇଥିଲା। ଅନ୍ତିମ ମ୍ୟାଚରେ ଭାରତକୁ ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ବୋଲିଂରେ ମିଚେଲ୍‌ ଷ୍ଟାର୍କ ଓ ବ୍ୟାଟିଂରେ ମିଚେଲ୍‌ ମାର୍ଶ ଭାରତକୁ ଅସୁବିଧାରେ ପକାଇଛନ୍ତି। ପ୍ରଥମ ଦୁଇ ମ୍ୟାଚରେ ଷ୍ଟାର୍କ ୧୧ ଉଇକେଟ ନେଇଥିବା ବେଳେ ମାର୍ଶ ମାରିଛନ୍ତି ୧୧ ଛକା। ଭାରତକୁ ସିରିଜ୍‌ ବିଜୟୀ ହେବାକୁ ହେଲେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ ଓ ଶୁବମାନ ଗିଲ୍‌ଙ୍କ ପରି ଖେଳାଳିଙ୍କୁ ନିଜ ଶ୍ରେଷ୍ଠ ଫର୍ମର ଖେଳ ପ୍ରଦର୍ଶନ କରିବାକୁ ପଡିବ। ଷ୍ଟାର୍କଙ୍କ ବୋଲିଂ ସାଧାରଣ ରହିଥିବା ବେଳେ ଭାରତୀୟ ବ୍ୟାଟରମାନେ ଧୈର୍ଯ୍ୟ ଦେଖାଉ ନାହାନ୍ତି। ବାମହାତୀ ପେସର ଷ୍ଟାର୍କଙ୍କ ବଲ୍‌ ସାଧାରଣତଃ ଇନ ସୁଇଙ୍ଗର ରହିଥାଏ। ମାତ୍ର ଭାରତୀୟ ଖେଳାଳି ନିଜ ଡିଫେନ୍ସ ଉପରେ ଭରସା ନ ଦେଖାଇବା ବଡ ସମସ୍ୟା ପାଲଟିଛି। ଭାରତୀୟ ଖେଳାଳିଙ୍କ ଡିଫେନ୍ସରେ କିଛି ସମସ୍ୟା ନ ଥିବା ବେଳେ ସେମାନଙ୍କୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡିବ। ଭାରତୀୟ ପିଚ୍‌ଗୁଡିକ ସାଧାରଣତଃ ଫ୍ଲାଟ ରହିଥାଏ। ଚେପକ୍‌ର ପିଚ୍‌ ସାଧାରଣତଃ ଧିମା ରହିଥାଏ ଓ ମିଡିଲ ଓଭରରେ ରନ୍‌ ସ୍କୋର କରିବା କଷ୍ଟ ହୋଇଥାଏ। ମାତ୍ର ଚଳିତ ବର୍ଷ ଚେପକ୍‌ରେ ପିଚ୍‌ ଆଉ ଥରେ ତିଆରି କରାଯାଇଥିବା ବେଳେ ଏହା ବ୍ୟାଟିଂ ସହାୟକ ହେବା ନେଇ ଆଶା କରାଯାଉଛି। ତେବେ ପ୍ରାରମ୍ଭିକ ଓଭରରେ ବୋଲରଙ୍କୁ ସାମାନ୍ୟ ସହାୟତା ମିଳିବାର ସମ୍ଭାବନା ରହିଛି। ଭାରତୀୟ ଦଳର ଟପ୍‌ ଅର୍ଡର ପ୍ରଥମ ଦୁଇ ମ୍ୟାଚରେ ବିଫଳ ହୋଇଛନ୍ତି। ଶୁବମାନ୍‌ ଗିଲ୍‌, ବିରାଟ କୋହଲି ଏକ ବଡ ସ୍କୋରର ଅପେକ୍ଷାରେ ରହିଥିବା ବେଳେ ଲଗାତର ଦୁଇଟି ମ୍ୟାଚରେ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପ୍ରଥମ ଦୁଇ ଦିନିକିଆରେ ମାତ୍ର ଦୁଇଟି ବଲ ଖେଳିବାରେ ସମର୍ଥ ହୋଇଛନ୍ତି। ଟି୨୦ରେ ସୂର୍ଯ୍ୟକୁମାର ବଲ୍‌କୁ ଅପେକ୍ଷା କରି ଖେଳୁଥିବା ବେଳେ ଦିନିକିଆରେ ଜଲ୍‌ଦି ଖେଳିବା ପ୍ରୟାସରେ ନିଜର ଉଇକେଟ ଫୋପାଡୁଛନ୍ତି। ଶ୍ରେୟସ୍‌ ଆୟରଙ୍କ ଅନୁପସ୍ଥିତିରେ ତାଙ୍କୁ ଆଉ କିଛି ସୁଯୋଗ ମିଳିବା ନିଶ୍ଚିତ। ଏହା ମଧ୍ୟରେ ସେ ଭାରତୀୟ ମଧ୍ୟକ୍ରମରେ ନିଜ ସ୍ଥାନ ସୁରକ୍ଷିତ କରିବା ଉଚିତ। ତେବେ ସୂର୍ଯ୍ୟକୁମାରଙ୍କ ଫର୍ମକୁ ଦେଖିଲେ ଭାରତ ଅନ୍ତିମ ଦିନିକିଆରେ ତାଙ୍କୁ ଦଳରୁ ବାହାରେ ରଖିପାରେ। ସ୍ଥାନୀୟ ଖେଳାଳି ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଟପ୍‌ ଅର୍ଡରରେ ଏକ ସୁଯୋଗ ମିଳିପାରେ। ତାମିଲନାଡୁ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ଓ୍ବାଶିଂଟନ୍‌ ୪ ନମ୍ବରରେ ବ୍ୟାଟିଂ କରିବା ସହିତ ଉପଯୋଗୀ ବୋଲର ଦାୟିତ୍ୱ ମଧ୍ୟ ବହନ କରିପାରିବେ। ସେହିପରି ଆସନ୍ତା ଜୁନ-ଜୁଲାଇ ପର୍ଯ୍ୟନ୍ତ ଭାରତ ଆଉ ଦିନିକିଆ ମ୍ୟାଚ୍‌ ଖେଳୁ ନ ଥିବା କାରଣରୁ ଏହା ସୂର୍ଯ୍ୟକୁମାରଙ୍କ ପାଇଁ ଶେଷ ସୁଯୋଗ ବୋଲି ବିବେଚନା କରାଯାଇପାରେ। ଏହା ସହିତ ଭାରତ ନିଜର ବୋଲିଂ ଲାଇନ୍‌ ଅପ୍‌ ବା ଦଳ ଚୟନକୁ ନେଇ ଚିନ୍ତାରେ ରହିଛି। ଦୁଇଟି ଯାକ ମ୍ୟାଚରେ ଭାରତୀୟ ବୋଲର ମାତ୍ର ୪୭ ଓଭର ବୋଲିଂ କରିଛନ୍ତି। ଯଦି ଭାରତ ଟସ୍‌ ଜିତେ ତେବେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରହିବ। ଅନ୍ୟ ପକ୍ଷରେ ତୃତୀୟ ପେସ୍‌ ବୋଲର ଭାବରେ ଭାରତ ଶାର୍ଦ୍ଦୂଳ ଠାକୁର ବା ଜୟଦେବ ଉନାଡକଟଙ୍କୁ ଖେଳାଇପାରେ। ସେହିପରି ସ୍ପିନର ଭାବରେ ରବୀନ୍ଦ୍ର ଜାଡେଜା ପ୍ରଥମ ପସନ୍ଦ ରହିଥିବା ବେଳେ ଦ୍ୱିତୀୟ ସ୍ପିନର ଭାବରେ କୁଲଦୀପ ଯାଦବ -ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଅଥବା ଉଭୟଙ୍କୁ ଦଳରେ ସାମିଲ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri