Posted inଖେଳ

ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ

ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍‌ ଜିତିବା ସହିତ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବ। ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ବେଳେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ ହୋଇଥିଲା। ଅନ୍ତିମ ମ୍ୟାଚରେ ଭାରତକୁ ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ। ବୋଲିଂରେ ମିଚେଲ୍‌ ଷ୍ଟାର୍କ ଓ ବ୍ୟାଟିଂରେ ମିଚେଲ୍‌ ମାର୍ଶ ଭାରତକୁ ଅସୁବିଧାରେ ପକାଇଛନ୍ତି। ପ୍ରଥମ ଦୁଇ ମ୍ୟାଚରେ ଷ୍ଟାର୍କ ୧୧ ଉଇକେଟ ନେଇଥିବା ବେଳେ ମାର୍ଶ ମାରିଛନ୍ତି ୧୧ ଛକା। ଭାରତକୁ ସିରିଜ୍‌ ବିଜୟୀ ହେବାକୁ ହେଲେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ ଓ ଶୁବମାନ ଗିଲ୍‌ଙ୍କ ପରି ଖେଳାଳିଙ୍କୁ ନିଜ ଶ୍ରେଷ୍ଠ ଫର୍ମର ଖେଳ ପ୍ରଦର୍ଶନ କରିବାକୁ ପଡିବ। ଷ୍ଟାର୍କଙ୍କ ବୋଲିଂ ସାଧାରଣ ରହିଥିବା ବେଳେ ଭାରତୀୟ ବ୍ୟାଟରମାନେ ଧୈର୍ଯ୍ୟ ଦେଖାଉ ନାହାନ୍ତି। ବାମହାତୀ ପେସର ଷ୍ଟାର୍କଙ୍କ ବଲ୍‌ ସାଧାରଣତଃ ଇନ ସୁଇଙ୍ଗର ରହିଥାଏ। ମାତ୍ର ଭାରତୀୟ ଖେଳାଳି ନିଜ ଡିଫେନ୍ସ ଉପରେ ଭରସା ନ ଦେଖାଇବା ବଡ ସମସ୍ୟା ପାଲଟିଛି। ଭାରତୀୟ ଖେଳାଳିଙ୍କ ଡିଫେନ୍ସରେ କିଛି ସମସ୍ୟା ନ ଥିବା ବେଳେ ସେମାନଙ୍କୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡିବ। ଭାରତୀୟ ପିଚ୍‌ଗୁଡିକ ସାଧାରଣତଃ ଫ୍ଲାଟ ରହିଥାଏ। ଚେପକ୍‌ର ପିଚ୍‌ ସାଧାରଣତଃ ଧିମା ରହିଥାଏ ଓ ମିଡିଲ ଓଭରରେ ରନ୍‌ ସ୍କୋର କରିବା କଷ୍ଟ ହୋଇଥାଏ। ମାତ୍ର ଚଳିତ ବର୍ଷ ଚେପକ୍‌ରେ ପିଚ୍‌ ଆଉ ଥରେ ତିଆରି କରାଯାଇଥିବା ବେଳେ ଏହା ବ୍ୟାଟିଂ ସହାୟକ ହେବା ନେଇ ଆଶା କରାଯାଉଛି। ତେବେ ପ୍ରାରମ୍ଭିକ ଓଭରରେ ବୋଲରଙ୍କୁ ସାମାନ୍ୟ ସହାୟତା ମିଳିବାର ସମ୍ଭାବନା ରହିଛି। ଭାରତୀୟ ଦଳର ଟପ୍‌ ଅର୍ଡର ପ୍ରଥମ ଦୁଇ ମ୍ୟାଚରେ ବିଫଳ ହୋଇଛନ୍ତି। ଶୁବମାନ୍‌ ଗିଲ୍‌, ବିରାଟ କୋହଲି ଏକ ବଡ ସ୍କୋରର ଅପେକ୍ଷାରେ ରହିଥିବା ବେଳେ ଲଗାତର ଦୁଇଟି ମ୍ୟାଚରେ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ। ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପ୍ରଥମ ଦୁଇ ଦିନିକିଆରେ ମାତ୍ର ଦୁଇଟି ବଲ ଖେଳିବାରେ ସମର୍ଥ ହୋଇଛନ୍ତି। ଟି୨୦ରେ ସୂର୍ଯ୍ୟକୁମାର ବଲ୍‌କୁ ଅପେକ୍ଷା କରି ଖେଳୁଥିବା ବେଳେ ଦିନିକିଆରେ ଜଲ୍‌ଦି ଖେଳିବା ପ୍ରୟାସରେ ନିଜର ଉଇକେଟ ଫୋପାଡୁଛନ୍ତି। ଶ୍ରେୟସ୍‌ ଆୟରଙ୍କ ଅନୁପସ୍ଥିତିରେ ତାଙ୍କୁ ଆଉ କିଛି ସୁଯୋଗ ମିଳିବା ନିଶ୍ଚିତ। ଏହା ମଧ୍ୟରେ ସେ ଭାରତୀୟ ମଧ୍ୟକ୍ରମରେ ନିଜ ସ୍ଥାନ ସୁରକ୍ଷିତ କରିବା ଉଚିତ। ତେବେ ସୂର୍ଯ୍ୟକୁମାରଙ୍କ ଫର୍ମକୁ ଦେଖିଲେ ଭାରତ ଅନ୍ତିମ ଦିନିକିଆରେ ତାଙ୍କୁ ଦଳରୁ ବାହାରେ ରଖିପାରେ। ସ୍ଥାନୀୟ ଖେଳାଳି ଓ୍ବାଶିଂଟନ୍‌ ସୁନ୍ଦରଙ୍କୁ ଟପ୍‌ ଅର୍ଡରରେ ଏକ ସୁଯୋଗ ମିଳିପାରେ। ତାମିଲନାଡୁ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ଓ୍ବାଶିଂଟନ୍‌ ୪ ନମ୍ବରରେ ବ୍ୟାଟିଂ କରିବା ସହିତ ଉପଯୋଗୀ ବୋଲର ଦାୟିତ୍ୱ ମଧ୍ୟ ବହନ କରିପାରିବେ। ସେହିପରି ଆସନ୍ତା ଜୁନ-ଜୁଲାଇ ପର୍ଯ୍ୟନ୍ତ ଭାରତ ଆଉ ଦିନିକିଆ ମ୍ୟାଚ୍‌ ଖେଳୁ ନ ଥିବା କାରଣରୁ ଏହା ସୂର୍ଯ୍ୟକୁମାରଙ୍କ ପାଇଁ ଶେଷ ସୁଯୋଗ ବୋଲି ବିବେଚନା କରାଯାଇପାରେ। ଏହା ସହିତ ଭାରତ ନିଜର ବୋଲିଂ ଲାଇନ୍‌ ଅପ୍‌ ବା ଦଳ ଚୟନକୁ ନେଇ ଚିନ୍ତାରେ ରହିଛି। ଦୁଇଟି ଯାକ ମ୍ୟାଚରେ ଭାରତୀୟ ବୋଲର ମାତ୍ର ୪୭ ଓଭର ବୋଲିଂ କରିଛନ୍ତି। ଯଦି ଭାରତ ଟସ୍‌ ଜିତେ ତେବେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରହିବ। ଅନ୍ୟ ପକ୍ଷରେ ତୃତୀୟ ପେସ୍‌ ବୋଲର ଭାବରେ ଭାରତ ଶାର୍ଦ୍ଦୂଳ ଠାକୁର ବା ଜୟଦେବ ଉନାଡକଟଙ୍କୁ ଖେଳାଇପାରେ। ସେହିପରି ସ୍ପିନର ଭାବରେ ରବୀନ୍ଦ୍ର ଜାଡେଜା ପ୍ରଥମ ପସନ୍ଦ ରହିଥିବା ବେଳେ ଦ୍ୱିତୀୟ ସ୍ପିନର ଭାବରେ କୁଲଦୀପ ଯାଦବ -ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ଅଥବା ଉଭୟଙ୍କୁ ଦଳରେ ସାମିଲ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri