Posted inଖେଳ

ଭାରତ ଆଜି ଆଫଗାନିସ୍ତାନକୁ ଭେଟିବ

ନୂଆଦିଲ୍ଲୀ,୧୧ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଭାରତ। ଚେନ୍ନାଇର ସ୍ପିନିଂ ଟ୍ରାକ୍‌ରୁ ଖେଳି ଫେରିଥିବା ଭାରତ ଏକ ନୂତନ ଭେନ୍ୟୁରେ ଖେଳିବ। ଦିଲ୍ଲୀରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ୭୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇଥିଲା। ପିଚ୍‌ ପେସ୍‌ ବୋଲରଙ୍କୁ ସାମାନ୍ୟ ସହାୟତା କରୁଥିବା ବେଳେ ପ୍ରଥମ ମ୍ୟାଚ୍‌ର ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚେନ୍ନାଇରେ ଖେଳୁଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଭାରତ ମହମ୍ମଦ ଶାମିଙ୍କୁ ଖେଳାଇପାରେ। ବିଶ୍ୱକପ୍‌ ପୂର୍ବରୁ ଭିନ୍ନ ଭିନ୍ନ ଭେନ୍ୟୁରେ ଆଡ୍‌ଜଷ୍ଟ କରିବା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ରହିବ ବୋଲି ରୋହିତ ଶର୍ମା କହିଥିଲେ। ଚଳିତ ବିଶ୍ୱକପ୍‌ରେ ଭାରତ ୮ଟି ଭିନ୍ନ ଭିନ୍ନ ଭେନ୍ୟୁରେ ଏହାର ମ୍ୟାଚଗୁଡିକ ଖେଳିବାକୁ ଥିବାବେଳେ ଏହା ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହେବ। ଅନ୍ୟପକ୍ଷରେ ଷ୍ଟାର ଭାରତୀୟ ବ୍ୟାଟର ତଥା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ହିରୋ ବିରାଟ କୋହଲି ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବେ। ନିଜ ନାମରେ ନାମିତ ପ୍ୟାଭିଲିୟନ ଓ ଘରୋଇ ଦର୍ଶକଙ୍କ ସମ୍ମୁଖରେ ବ୍ୟାଟିଂ କରିବାର ଚାପ ମଧ୍ୟ ରହିପାରେ। ତେବେ ଏଭଳି ଚାପର ମୁକାବିଲା କରିବାରେ କୋହଲି ସିଦ୍ଧହସ୍ତ। କୋହଲି ନିଜର ହୋମ୍‌କମିଙ୍ଗ ମ୍ୟାଚ୍‌ରେ ପୁଣି ଥରେ ଚେନ୍ନାଇର ସଫଳତା ଦୋହରାଇବାକୁ ଚାହିଁବେ।
ଡେଙ୍ଗୁ କାରଣରୁ ଶୁବମନ୍‌ ଗିଲ୍‌ ବାଦ୍‌ ପଡିଥିବା ବେଳେ ପୁଣି ଥରେ ଇଶାନ କିଶନଙ୍କୁ ଓପନ କରିବାର ସୁଯୋଗ ମିଳିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖରାପ ଶଟ୍‌ ଖେଳି ଆଉଟ ହୋଇଥିବା ଇଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡିବ। ପୂର୍ବରୁ ଦିଲ୍ଲୀର ପିଚ୍‌ ତଳୁଆ ରହୁଥିବା ବେଳେ ପ୍ରଥମ ମ୍ୟାଚରେ କିନ୍ତୁ ୩୧ ଛକା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏସିଆ କପ୍‌ରେ ପ୍ରତ୍ୟାବର୍ତ୍ତନ ପରଠାରୁ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ରହିଥିବା ଲୋକେଶ ରାହୁଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବ୍ୟାଟିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍‌ ରହିଥିବା ବେଳେ ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ ଆଶା କରାଯାଇପାରେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ମହମ୍ମଦ ଶାମି ଖେଳିପାରନ୍ତି। ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରୁ ଖେଳି ଆସିଥିବା ଭାରତ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ରନ୍‌ ଭୋଜିରେ ସାମିଲ ହେବାକୁ ପ୍ରୟାସ କରିବ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ଆଫଗାନିସ୍ତାନ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ସ୍ପିନରମାନେ ଆଫଗାନିସ୍ତାନ ବୋଲିଂର ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ରଶିଦ୍‌ ଖାନ୍‌ ଓ ମୁଜିବ୍‌ ଉର୍‌ ରେହମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ମୁଜିବ୍‌ ବୋଲିଂ ଓପନ୍‌ କରୁଥିବା ବେଳେ ରଶିଦ୍‌ ପାଓ୍ବାର ପ୍ଲେ ଓଭର ପରେ ବୋଲିଂ କରିଥାନ୍ତି। ତେବେ ଟି୨୦ ଭଳି ସେ ପ୍ରଭାବ ବିସ୍ତାର କରି ନ ପାରନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପକ୍ଷରୁ କେବଳ ଓପନର ରହମାନୁଲ୍ଲା ଗୁରବାଜଙ୍କୁ ଛାଡିଲେ କୌଣସି ବ୍ୟାଟର ଫର୍ମରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri