ଗହମ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍‌ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ ଦେଶର ଭିନ୍ନ ଭିନ୍ନ ପୋର୍ଟଗୁଡ଼ିକରେ ଜମା ହୋଇ ରହିଥିବା ଗହମକୁ ନିଷ୍କାସିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାରୀ ମଞ୍ଜୁରୀ ମିଳିବା ପରେ ମଧ୍ୟ ଦେଶର ବିଭିନ୍ନ ପୋର୍ଟରେ ମହଜୁଦ୍‌ ଥିବା ୫ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇପାରିବନି। କିଛି ରପ୍ତାନିକାରୀ ପର୍‌ମିଟ୍‌ ଆଣିବାରେ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ମେ’ ୧୪ ରେ ଗହମ ରପ୍ତାନି ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିର୍ଦ୍ଦେଶ ସମୟରେ ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ପୂର୍ବରୁ ଅନୁମତି ଦିଆ ଯାଇଥିବା ରପ୍ତାନୀ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ସରକାର ମେ’ ୧୪ ପୂର୍ବରୁ ଜାରି ହୋଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ଆଧାରରେ ସରକାର ଗହମ ରପ୍ତାନୀ ପାଇଁ ରେଜିଷ୍ଚ୍ରେସନ୍‌ ସାର୍ଟିଫିକେଟ୍‌ ଜାରି କରିବେ। ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ଭାରତ ପକ୍ଷରୁ ୪୬୯୨୦୨ ଟନ୍‌ ଗହମ ଶିପ୍‌ମେଣ୍ଟ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ ଅତିକମ୍‌ରେ ୧୭ ଲକ୍ଷ ଟନ୍‌ ଗହମ ଦେଶର ବିଭିନ୍ନ ପୋର୍ଟରେ ଜମା ହୋଇ ରହିଥିବା ରୟଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହଭଳି ଖୁବ୍‌ଶୀଘ୍ର ମୌସୁମୀ ବର୍ଷା ହେବାର ଥିବାରୁ ପୋର୍ଟରେ ଜମା ଗହମ ନଷ୍ଟ ହେବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ସରକାରୀ ସୂଚନା ଅନୁସାରେ, ଯେଉଁ ଟ୍ରେଡରମାନଙ୍କ ପାଖରେ ବୈଧ ଲେଟର ଅଫ୍‌ କ୍ରେଡିଟ୍‌ ଥିବ, ସେମାନଙ୍କୁ ରପ୍ତାନି ପାଇଁ ଅନୁମତି ମିଳିବ। ଏପରିକି ବିଭିନ୍ନ ପୋର୍ଟକୁ ଶିପ୍‌ମେଣ୍ଟ ଅନୁମତି ମିଳିବା ପରେ ବାଂଲାଦେଶ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଫିଲିପାଇନ୍ସ, ନେପାଳ ଭଳି ଦେଶକୁ ଗହମ ଅଭାବ ସମସ୍ୟାରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ। ଏହି ସମସ୍ତ ଦେଶ ଗହମ ଆମଦାନି ପାଇଁ ବିଶେଷ ଭାବରେ ଭାରତ ଉପରେ ନିର୍ଭରଶୀଳ। ତେବେ ସର୍ବାଧିକ ଗହମ ବାଂଲାଦେଶକୁ ରପ୍ତାନି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri