ଗହମ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍‌ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ ଦେଶର ଭିନ୍ନ ଭିନ୍ନ ପୋର୍ଟଗୁଡ଼ିକରେ ଜମା ହୋଇ ରହିଥିବା ଗହମକୁ ନିଷ୍କାସିତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାରୀ ମଞ୍ଜୁରୀ ମିଳିବା ପରେ ମଧ୍ୟ ଦେଶର ବିଭିନ୍ନ ପୋର୍ଟରେ ମହଜୁଦ୍‌ ଥିବା ୫ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇପାରିବନି। କିଛି ରପ୍ତାନିକାରୀ ପର୍‌ମିଟ୍‌ ଆଣିବାରେ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଦ୍ୱାରା ମେ’ ୧୪ ରେ ଗହମ ରପ୍ତାନି ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନିର୍ଦ୍ଦେଶ ସମୟରେ ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ପୂର୍ବରୁ ଅନୁମତି ଦିଆ ଯାଇଥିବା ରପ୍ତାନୀ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ସରକାର ମେ’ ୧୪ ପୂର୍ବରୁ ଜାରି ହୋଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ଆଧାରରେ ସରକାର ଗହମ ରପ୍ତାନୀ ପାଇଁ ରେଜିଷ୍ଚ୍ରେସନ୍‌ ସାର୍ଟିଫିକେଟ୍‌ ଜାରି କରିବେ। ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ଭାରତ ପକ୍ଷରୁ ୪୬୯୨୦୨ ଟନ୍‌ ଗହମ ଶିପ୍‌ମେଣ୍ଟ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ସତ୍ତ୍ୱେ ଅତିକମ୍‌ରେ ୧୭ ଲକ୍ଷ ଟନ୍‌ ଗହମ ଦେଶର ବିଭିନ୍ନ ପୋର୍ଟରେ ଜମା ହୋଇ ରହିଥିବା ରୟଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହଭଳି ଖୁବ୍‌ଶୀଘ୍ର ମୌସୁମୀ ବର୍ଷା ହେବାର ଥିବାରୁ ପୋର୍ଟରେ ଜମା ଗହମ ନଷ୍ଟ ହେବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ସରକାରୀ ସୂଚନା ଅନୁସାରେ, ଯେଉଁ ଟ୍ରେଡରମାନଙ୍କ ପାଖରେ ବୈଧ ଲେଟର ଅଫ୍‌ କ୍ରେଡିଟ୍‌ ଥିବ, ସେମାନଙ୍କୁ ରପ୍ତାନି ପାଇଁ ଅନୁମତି ମିଳିବ। ଏପରିକି ବିଭିନ୍ନ ପୋର୍ଟକୁ ଶିପ୍‌ମେଣ୍ଟ ଅନୁମତି ମିଳିବା ପରେ ବାଂଲାଦେଶ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଫିଲିପାଇନ୍ସ, ନେପାଳ ଭଳି ଦେଶକୁ ଗହମ ଅଭାବ ସମସ୍ୟାରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ। ଏହି ସମସ୍ତ ଦେଶ ଗହମ ଆମଦାନି ପାଇଁ ବିଶେଷ ଭାବରେ ଭାରତ ଉପରେ ନିର୍ଭରଶୀଳ। ତେବେ ସର୍ବାଧିକ ଗହମ ବାଂଲାଦେଶକୁ ରପ୍ତାନି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଦିଲ୍ଲୀରେ ଭୀଷଣ ହେଉଛି ବାୟୂ ପ୍ରଦୂଷଣ, ଏୟାର୍ ପ୍ୟୁରିଫାୟର୍‌ରେ GST କମାଇବାକୁ ମନାକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,,୨୬।୧୨: ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri