ବିଶ୍ୱର ବଡ଼ ଇନୋଭେଶନ କେନ୍ଦ୍ର ପାଲଟିବ ଭାରତ

ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ ଜିଓ ଆଇଆଇଟି,ବମ୍ବେ ସହ ମିଶି ‘ଭାରତ ଜିପିଟି’ ପ୍ରୋଗାମ ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି ବୋଲି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଆଇଆଇଟି,ବମ୍ବେର ବାର୍ଷିକ ଟେକ୍‌ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏଥିସହ କମ୍ପାନୀ ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍‌ (ଓଏସ୍‌) ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ବେଳେ କମ୍ପାନୀ ପାଇଁ ବିକାଶର ପରିବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ‘ଜିଓ-୨.୦’ର ଭିଜନ ଉପରେ କାମ ଚାଲିଥିବା ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ଜିଓ ପକ୍ଷରୁ ଆଇଆଇଟି, ବମ୍ବେ ସହ ଭାରତ ଜିପିଟି ପ୍ରୋଗ୍ରାମ ଆରମ୍ଭ କରିବା ପାଇଁ ଏକ ପ୍ରକଳ୍ପ ଉପରେ କାମ କରାଯାଉଥିବା ସୂଚନା ଦେବା ସହିତ ବର୍ତ୍ତମାନ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ ଏବଂ ଜେନେରେଟିଭ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କାମ ଚାଲିଥିବା ଆକାଶ ମତବ୍ୟକ୍ତ କରିଛନ୍ତି। ଏଆଇ ଅର୍ଥ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ସେହିପରି ଟିଭି ପାଇଁ ଜିଓ ନିଜର ଓଏସ୍‌ ଉପରେ ବେଶ୍‌ କିଛି ସମୟ ହେବ କାର୍ଯ୍ୟ କରୁଛି ଏବଂ ଏହାକୁ କିପରି ଶୁଭାରମ୍ଭ କରାଯିବ ସେ ନେଇ ମଧ୍ୟ ଆମେ ବ୍ୟାପକ ଭାବେ ଚିନ୍ତା କରୁଛୁ ବୋଲି ଆକାଶ କହିଛନ୍ତି। ଆଗାମୀ ଦିନରେ ଦେଶ ପାଇଁ ଏଆଇ ପ୍ଲାଟ୍‌ଫର୍ମ ନିର୍ମାଣ ଦିଗରେ ଜିଓ କାର୍ଯ୍ୟ କରୁଥିବା ପ୍ରକାଶ କରିବା ସହିତ ଏହି କ୍ଷେତ୍ରରେ କମ୍ପାନୀ ଗଣମାଧ୍ୟମ, ବାଣିଜ୍ୟ,ଯୋଗାଯୋଗ ଏବଂ ନୂଆ ଉପକରଣ ବା ଡିଭାଇସ୍‌ ଆଦି ଉପରେ ମଧ୍ୟ କାର୍ଯ୍ୟ କରୁଥିବା ଆକାଶ କହିଛନ୍ତି। କମ୍ପାନୀ ୫ଜି ଘରୋଇ ନେଟ୍‌ୱର୍କ ପ୍ରଦାନ କରିବାକୁ ବେଶ୍‌ ଉତ୍ସାହିତ ଏବଂ ଯେକୌଣସି ଆକାରର ଉଦ୍ୟୋଗକୁ ଏହା ୫ଜି ଷ୍ଟାକ୍‌ ପ୍ରଦାନ କରିବ। ଜିଓକୁ ବିଶ୍ୱର ସର୍ବବୃହତ୍‌ ଷ୍ଟାର୍ଟଅପ୍‌ ବୋଲି ଅଭିହିତ କରି ଆକାଶ କହିଛନ୍ତି, ଯୁବ ଉଦ୍ୟୋଗୀମାନେ ବିଫଳ ହେବାକୁ ଭୟ ନ କରିବାର ଆବଶ୍ୟକତା ରହିଛି। ସେମାନଙ୍କୁ ସେ ସାମାଜିକ ଉନ୍ନତି ପାଇଁ କାମ କରିବାକୁ ଆହ୍ବାନ ଦେବା ସହ ଜିଓ ସର୍ବଦା ଭବିଷ୍ୟତର ପ୍ରଯୁକ୍ତି ଉପରେ ନଜର ରଖିଛି ବୋଲି ଆକାଶ କହିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱକୁ ସବୁଠାରୁ ଶ୍ରେଷ୍ଠ ସେବା ଓ ସବୁଠାରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର କେନ୍ଦ୍ର ଭାବେ ଉଭାହେବ ବୋଲି ଆକାଶ ଆଶା ପ୍ରକାଶ କରିଛନ୍ତି। ଅମ୍ବାନୀ ଭାରତକୁ ଆଗାମୀ ଦଶନ୍ଧି ପାଇଁ ସବୁଠାରୁ ବଡ଼ ଉଦ୍ଭାବନ ତଥା ନବସୃଜନ ବା ଇନୋଭେଶନ କେନ୍ଦ୍ର ବୋଲି ଅଭିହିତ କରିବା ସହ ଦଶନ୍ଧି ଶେଷ ସୁଦ୍ଧା ଦେଶ ୫ ରୁ ୬ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି। ଅପରପକ୍ଷରେ ୨୦୨୪ ଅମ୍ବାନୀ ପରିବାର ପାଇଁ ଏକ ସ୍ବତନ୍ତ୍ର ବର୍ଷ ହେବ। କାରଣ ଅନନ୍ତ ଏମ୍‌ ଅମ୍ବାନୀ ୨୦୨୪ରେ ବିବାହ କରିବାକୁ ଯାଉଥିବା ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri