Posted inଖେଳ

ବାଂଲାଦେଶ ପ୍ରତି ସତର୍କ ରହିବ ଭାରତ

ପୁଣେ,୧୯ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ରେ ଗୁରୁବାର ବାଂଲାଦେଶକୁ ଭେଟିବ ଭାରତ। ରୋହିତ ଶର୍ମାଙ୍କ ଦଳ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ରହିଥିଲେ ମଧ୍ୟ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାରେ ମାହିର। ତେଣୁ ଭାରତ ଏହି ମ୍ୟାଚ୍‌କୁ ସତର୍କତାର ସହିତ ଓହ୍ଲାଇବ। ସେହିପରି ଉଭୟ ଦଳ ମଧ୍ୟରେ ଶେଷ ୪ ମ୍ୟାଚ୍‌ରେ ବାଂଲାଦେଶ ୩ଟି ଜିତିବାରେ ସଫଳ ହୋଇଛି । ଏହା ମଧ୍ୟରୁ ଦୁଇଟି ବିଜୟ ଦ୍ୱିପାକ୍ଷିକ ସିରିଜ୍‌ରୁ ଆସିଥିବା ବେଳେ ଏସିଆ କପ୍‌ର ଗୋଟିଏ ମ୍ୟାଚ୍‌ ଜିତିଥିଲା ବାଂଲାଦେଶ। ଚଳିତ ଟୁର୍ନାମେଣ୍ଟରେ ଅଣ୍ଡରଡଗ୍‌ ଟିମ୍‌ଗୁଡିକ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ଏହା ଭାରତ ପାଇଁ ସତର୍କଘଣ୍ଟି ଭଳି ରହିବ। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇଛି। ପୁଣେର ପିଚ୍‌ ସର୍ବଦା ବ୍ୟାଟିଂ ସହାୟକ ରହୁଥିବା ବେଳେ ଭାରତୀୟ ବ୍ୟାଟର ଏହାର ଫାଇଦା ନେବାକୁ ପ୍ରୟାସ କରିବେ।
ଭାରତୀୟ ଟପ୍‌ ଅର୍ଡରରେ ରୋହିତ ଶର୍ମା, ଶୁବମନ୍‌ ଗିଲ୍‌ ଓ ବିରାଟ କୋହଲି ରହିଥିବା ବେଳେ ଏହା ବେଶ୍‌ ସନ୍ତୁଳିତ ମନେହେଉଛି। ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଗିଲ୍‌ ଏକ ବଡ ସ୍କୋର କରିବା ଆଶାରେ ରହିବେ। ଶେଷ ଥର ପାଇଁ ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଗିଲ୍‌ ଚମତ୍କାର ଶତକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ରୋହିତ ଶର୍ମା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ୧୩୧ ଓ ପାକିସ୍ତାନ ବିପକ୍ଷରେ ୮୬ ରନ୍‌ର ଇନିଂସ ଖେଳିଥିବା ବେଳେ ଆଉ ଏକ ଭଲ ଇନିଂସ ଆଶା କରିବ ଭାରତ। ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର କଷ୍ଟସାଧ୍ୟ ପରିସ୍ଥିତିରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ୮୫ ଓ ୫୫ ରନ୍‌ର ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ଏହା ତିନି ଅଙ୍କରେ ପହଞ୍ଚାଇବାକୁ ଚାହିଁବେ। ମିଡିଲ ଅର୍ଡର ବ୍ୟାଟରଙ୍କ ମଧ୍ୟରେ ଶ୍ରେୟସ୍‌ ଆୟର ଓ ଲୋକେଶ ରାହୁଲ ମଧ୍ୟ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳ ଯଥାକ୍ରମେ ୧୯୯ ଓ ୧୯୧ ରନ୍‌ରେ ଅଲଆଉଟ ହେବା ଭାରତର ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ର ପ୍ରମାଣ। ଯଶ୍‌ପ୍ରୀତ୍‌ ବୁମ୍‌ରା ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିବା ବେଳେ କୁଲ୍‌ଦୀପ ଯାଦବ ମଧ୍ୟ ନିଜ ସ୍ପିନ ଜାଲରେ ବିପକ୍ଷ ଦଳକୁ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି।
ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଉନ୍ନତ ଦଳ ନିକଟରୁ ହାରିଥିଲା ବାଂଲାଦେଶ। ଟୁର୍ନାମେଣ୍ଟରେ ଜୀବନ୍ତ ରହିବାକୁ ହେଲେ ଦଳ ଭାରତ ବିପକ୍ଷରେ ବିଜୟୀ ହେବାକୁ ପ୍ରାଣପଣେ ଉଦ୍ୟମ କରିବ। ଅଧିନାୟକ ତଥା ସବୁଠାରୁ ଅଭିଜ୍ଞ ଖେଳାଳି ସାକିବ୍‌ ଅଲ ହସନଙ୍କ ଉପରେ ଦଳର ସଫଳତା ନିର୍ଭର କରିବ। ସେହିପରି ଲିଟନ୍‌ ଦାସ ଓ ମେହିଦୀ ହସନ ମିରାଜଙ୍କ ବ୍ୟାଟିଂ ଉପରେ ମଧ୍ୟ ସଭିଙ୍କ ନଜର ରହିବ। ଯୁବ ଖେଳାଳିଙ୍କ ମଧ୍ୟରେ ନଜମୁଲ ହୋସେନ୍‌ ଶନ୍ତୋ ଓ ତୋହିଦ୍‌ ହ୍ରିଦୟ ଓ ଅଭିଜ୍ଞ ମୁଶଫିକୁର ରହିମଙ୍କ ଉପରେ ମିଡିଲ ଅର୍ଡର ଭାର ନ୍ୟସ୍ତ ରହିବ। ବୋଲିଂରେ ଟାସ୍କିନ୍‌ ଅହମଦ ଫର୍ମରେ ନ ରହିବା ବାଂଲାଦେଶକୁ ଦୁର୍ବଳ କରିଛି। ୩ ମ୍ୟାଚରୁ ସେ ମାତ୍ର ଦୁଇ ଉଇକେଟ ନେଇଥିବା ବେଳେ ଏହା ମୁସ୍ତାଫିଜୁର ରେହମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରୁଛି। ଉଭୟ ଦଳ ବିଶ୍ୱକପ୍‌ରେ ୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ ବିଜୟ ସହିତ ଆଗୁଆ ରହିଛି। ୨୦୦୭ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ୩ ଥର ଭାରତ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri