Posted inଜାତୀୟ

୨୦୭୫ ସୁଦ୍ଧା ଦ୍ୱିତୀୟ ବୃହତ୍‌ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ, ୧୧ା୭: ୨୦୭୫ ସୁଦ୍ଧା ଭାରତ କେବଳ, ଜାପାନ କି ଜର୍ମାନୀ ନୁହେଁ, ଆମେରିକାକୁ ମଧ୍ୟ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ହେବ। ସୋମବାର ଗୋଲ୍ଡମ୍ୟାନ୍‌ ସାଚ୍‌ସ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବିଶ୍ୱର ସର୍ବାଧିକ ହୋଇଥିବାରୁ ଏହାର ଜିଡିପି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇଥିବାବେଳେ ଏହା ପଛକୁ ଚାଇନା, ଜାପାନ, ଜର୍ମାନୀ ରହିଛନ୍ତି। ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି। ଆଗାମୀ ଦୁଇ ଦଶନ୍ଧିରେ ଭାରତର ନିର୍ଭରଶୀଳତା ଅନୁପାତ ଆଞ୍ଚଳିକ ଅର୍ଥନୀତିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ହେବ ବୋଲି ଗୋଲ୍ଡମ୍ୟାନ୍‌ ସାଚ୍‌ସର ଭାରତ ଅର୍ଥନୀତିଜ୍ଞ ସାନ୍ତନୁ ସେନଗୁପ୍ତ କହିଛନ୍ତି। ଫଳରେ ଏହାର ଉତ୍ପାଦନ ସାମର୍ଥ୍ୟ ବଢ଼ିବା ସହ ସେବା ଓ ଭିତ୍ତିଭୂମି ସେକ୍ଟରରେ ଅଭିବୃଦ୍ଧି ଜାରି ରହିବ। ଭାରତ ପାଇଁ ଇନୋଭେଶନ ଏବଂ କର୍ମଚାରୀମାନଙ୍କ ଉତ୍ପାଦନ ଶକ୍ତି ବଢ଼ାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ କୁହାଯାଇଛି। ଭବିଷ୍ୟତରେ ପୁଞ୍ଜିନିବେଶ ଅଭିବୃଦ୍ଧିର ବଡ଼ ଚାଳକ ଶକ୍ତି ହେବାକୁ ଯାଉଛି। ନିର୍ଭରଶୀଳତା ଅନୁପାତ ହ୍ରାସ ସାଙ୍ଗକୁ ଆୟ ବୃଦ୍ଧି ଏବଂ ଫାଇନାନ୍ସିଆଲ ସେକ୍ଟରରେ ଦ୍ରୁତ ବୃଦ୍ଧି ଯୋଗୁ ଭାରତର ସଞ୍ଚୟ ହାର ବଢ଼ିବ। ତେବେ ଯଦି ଶ୍ରମଶକ୍ତି ଯୋଗଦାନ ଅନୁପାତ ନ ବଢ଼ିଲେ, ଭାରତର ଆର୍ଥତ୍କ ଅଭିବୃଦ୍ଧିରେ ଅବନତି ଆଶଙ୍କା ରହିଛି। କାରଣ ଗତ ୧୫ ବର୍ଷରେ ଭାରତରେ ଶ୍ରମଶକ୍ତି ଯୋଗଦାନ ହାର ହ୍ରାସ ପାଇଛି। ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଗଲେ ଶ୍ରମଶକ୍ତି ଯୋଗଦାନ ହାର ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଭାରତର ଚଳନ୍ତି ଆକାଉଣ୍ଟ ନିଅଣ୍ଟ ଏବଂ ରପ୍ତାନି ମଧ୍ୟ ଅଭିବୃଦ୍ଧିକୁ ମନ୍ଥର କରୁଛି। ତେବେ ସେବା ରପ୍ତାନିକୁ ଗୁରୁତ୍ୱ ଯୋଗୁ ଚଳନ୍ତି ଆକଉଣ୍ଟ ସମତୁଲତାରେ ସହାୟକ ହୋଇଛି। ଭାରତର ଆର୍ଥତ୍କ ଅଭିବୃଦ୍ଧିର ୬୦ ପ୍ରତିଶତ ଘରୋଇ ଊପଯୋଗ ଓ ନିବେଶରୁ ଆସିଥାଏ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri