ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଶିଳ୍ପନେତା ଏବଂ ଇନ୍‌ଫ୍ରାଷ୍ଟ୍ରକ୍ଚର ଓ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ସେକ୍ଟରର ହିତାଧିକାରୀମାନେ ଯୋଗ ଦେଇଥିଲେ। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି(ସିଆଇଆଇ) ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆର ସର୍ବବୃହତ୍‌ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ(ସିଇ) ଓ କନ୍‌ଷ୍ଟ୍ରକଶନ ଟେକ୍ନୋଲୋଜି ଟ୍ରେଡ୍‌ ଫେୟାର ଏକ୍ସକନ୍‌ ଚଳିତ ବର୍ଷ ମେ ୧୭ରୁ ୨୧ ପର୍ଯ୍ୟନ୍ତ ବେଙ୍ଗାଲୁରୁର ବେଙ୍ଗାଲୁରୁ ଇଣ୍ଟର୍‌ନ୍ୟାଶନାଲ ଏଗ୍‌ଜିବିଶନ ସେଣ୍ଟର୍‌ଠାରେ ଆୟୋଜିତ ହେବାକୁ ଯାଉଛି। ଏକ୍ସକନ୍‌ ୩ଲକ୍ଷ ବର୍ଗ ମିଟର୍‌ର ଡିସ୍‌ ପ୍ଲେ ଏରିଆରେ ପରିବ୍ୟାପ୍ତ ରହିବ ଏବଂ ଏଥିରେ ଭାରତ ସମେତ ୟୁଏସ୍‌ଏ, ୟୁକେ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ୟୁଏଇ, ସାଉଥ୍‌ କୋରିଆ, ସିଙ୍ଗାପୁର ଓ ଶ୍ରୀଲଙ୍କା ଭଳି ଦେଶରୁ ୧୦୦୦ରୁ ଅଧିକ ପ୍ରଦର୍ଶକ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏହି ୫ ଦିନିଆ ପ୍ରଦର୍ଶନୀ ବିଶ୍ୱବ୍ୟାପୀ ୪୦,୦୦୦ରୁ ଅଧିକ ବିଜ୍‌ନେସ୍‌ ଭିଜିଟର୍‌ଙ୍କୁ ଆକର୍ଷିତ କରିବ। ଏହି ରୋଡ୍‌ଶୋ’କୁ ସମ୍ବୋଧିତ କରି ଟୋର୍‌ସା ମେଶିନ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଗୋପୀ କିସନ ମୋରେ କହିଛନ୍ତି, ଏହା ହେଉଛି ଏକ୍ସକନ୍‌ର ଏକାଦଶ ସଂସ୍କରଣ ଏବଂ ଚଳିତ ବର୍ଷ ଆମର ବିଷୟବସ୍ତୁ ହେଉଛି ‘ଏକ ନୂଆ ବିଶ୍ୱ ପାଇଁ ଭାରତର ନିର୍ମାଣ କରିବା: ପ୍ରତିଯୋଗିତା, ଅଭିବୃଦ୍ଧି, ସ୍ଥାୟିତ୍ୱ, ଟେକ୍ନୋଲୋଜି’। ଏକ୍ସକନ୍‌ ୨୦୩୦ ସୁଦ୍ଧା ଭାରତକୁ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ମାନୁଫ୍ୟାକ୍ଚରିଙ୍ଗ୍‌ ପାଇଁ ଗ୍ଲୋବାଲ ହବ୍‌ରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଲାଗି ଭାରତର ଭିତ୍ତିଭୂମି ବିକାଶରେ ସ୍ମାର୍ଟ ଟେକ୍ନୋଲୋଜି ଓ ଉଦ୍ଭାବନର ଭୂମିକାକୁ ବ୍ୟାଖ୍ୟା କରିବ। ସେହିପରି ବିଶ୍ୱର ୩ୟ ସର୍ବବୃହତ୍‌ ବଜାର ଭାବେ ଭାରତୀୟ ସିଇ ଶିଳ୍ପ ବର୍ତ୍ତମାନ ଗ୍ଲୋବାଲ ସିଇ ଲ୍ୟାଣ୍ଡସ୍କେପ୍‌ରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଭାରତ ସରକାରଙ୍କ ଆକାଂକ୍ଷିତ ୧୧୧ଲକ୍ଷ କୋଟି ଟଙ୍କାର ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ପାଇପ୍‌ଲାଇନ୍‌, ୨୦୩୦ ସୁଦ୍ଧା ୨୫ ବିଳିୟନ ଡଲାରର ଏକ ଆକାର ସହିତ ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ବଜାରରେ ପରିଣତ ହେବା ପାଇଁ ଭାରତୀୟ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ସହାୟକ ହେବ ବୋଲି ମୋରେ କହିଛନ୍ତି। ଏ ସମ୍ପର୍କରେ ସିଆଇଆଇ ଓଡିଶା ଷ୍ଟେଟ୍‌ କାଉନ୍ସିଲ୍‌ର ଉପାଧ୍ୟକ୍ଷ ଏବଂ ଏସାର ମିନ୍‌ମେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ସିଇଓ ଶଶି ଶେଖର ମହାନ୍ତି କହିଛନ୍ତି, ଭିତ୍ତିଭୂମି ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟକାରିତା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜିଗୁଡିକର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ହେଉଛି ରାଜ୍ୟର ବର୍ତ୍ତମାନର ଆବଶ୍ୟକତା। କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ସେକ୍ଟରରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଉପସ୍ଥିତି ସହିତ ଏକ୍ସକନ୍‌ କେବଳ ମୂଲ୍ୟ ସାପେକ୍ଷ ସମାଧାନ ସହିତ ବେଷ୍ଟ୍‌-ଇନ୍‌-କ୍ଲାସ୍‌ ଟେକ୍ନୋଲୋଜି ପ୍ରଦାନ କରିବ ନାହିଁ ବରଂ ସିଇ ଶିଳ୍ପରେ ଅତ୍ୟାଧୁନିକ ବିକାଶ ଉପରେ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri