ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ ମଧ୍ୟ କରାଯାଇଥିଲା। ଯେଉଁଥିରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସମେତ ଶିଳ୍ପନେତା ଏବଂ ଇନ୍‌ଫ୍ରାଷ୍ଟ୍ରକ୍ଚର ଓ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ସେକ୍ଟରର ହିତାଧିକାରୀମାନେ ଯୋଗ ଦେଇଥିଲେ। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି(ସିଆଇଆଇ) ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆର ସର୍ବବୃହତ୍‌ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ(ସିଇ) ଓ କନ୍‌ଷ୍ଟ୍ରକଶନ ଟେକ୍ନୋଲୋଜି ଟ୍ରେଡ୍‌ ଫେୟାର ଏକ୍ସକନ୍‌ ଚଳିତ ବର୍ଷ ମେ ୧୭ରୁ ୨୧ ପର୍ଯ୍ୟନ୍ତ ବେଙ୍ଗାଲୁରୁର ବେଙ୍ଗାଲୁରୁ ଇଣ୍ଟର୍‌ନ୍ୟାଶନାଲ ଏଗ୍‌ଜିବିଶନ ସେଣ୍ଟର୍‌ଠାରେ ଆୟୋଜିତ ହେବାକୁ ଯାଉଛି। ଏକ୍ସକନ୍‌ ୩ଲକ୍ଷ ବର୍ଗ ମିଟର୍‌ର ଡିସ୍‌ ପ୍ଲେ ଏରିଆରେ ପରିବ୍ୟାପ୍ତ ରହିବ ଏବଂ ଏଥିରେ ଭାରତ ସମେତ ୟୁଏସ୍‌ଏ, ୟୁକେ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ୟୁଏଇ, ସାଉଥ୍‌ କୋରିଆ, ସିଙ୍ଗାପୁର ଓ ଶ୍ରୀଲଙ୍କା ଭଳି ଦେଶରୁ ୧୦୦୦ରୁ ଅଧିକ ପ୍ରଦର୍ଶକ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏହି ୫ ଦିନିଆ ପ୍ରଦର୍ଶନୀ ବିଶ୍ୱବ୍ୟାପୀ ୪୦,୦୦୦ରୁ ଅଧିକ ବିଜ୍‌ନେସ୍‌ ଭିଜିଟର୍‌ଙ୍କୁ ଆକର୍ଷିତ କରିବ। ଏହି ରୋଡ୍‌ଶୋ’କୁ ସମ୍ବୋଧିତ କରି ଟୋର୍‌ସା ମେଶିନ୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଗୋପୀ କିସନ ମୋରେ କହିଛନ୍ତି, ଏହା ହେଉଛି ଏକ୍ସକନ୍‌ର ଏକାଦଶ ସଂସ୍କରଣ ଏବଂ ଚଳିତ ବର୍ଷ ଆମର ବିଷୟବସ୍ତୁ ହେଉଛି ‘ଏକ ନୂଆ ବିଶ୍ୱ ପାଇଁ ଭାରତର ନିର୍ମାଣ କରିବା: ପ୍ରତିଯୋଗିତା, ଅଭିବୃଦ୍ଧି, ସ୍ଥାୟିତ୍ୱ, ଟେକ୍ନୋଲୋଜି’। ଏକ୍ସକନ୍‌ ୨୦୩୦ ସୁଦ୍ଧା ଭାରତକୁ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ମାନୁଫ୍ୟାକ୍ଚରିଙ୍ଗ୍‌ ପାଇଁ ଗ୍ଲୋବାଲ ହବ୍‌ରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଲାଗି ଭାରତର ଭିତ୍ତିଭୂମି ବିକାଶରେ ସ୍ମାର୍ଟ ଟେକ୍ନୋଲୋଜି ଓ ଉଦ୍ଭାବନର ଭୂମିକାକୁ ବ୍ୟାଖ୍ୟା କରିବ। ସେହିପରି ବିଶ୍ୱର ୩ୟ ସର୍ବବୃହତ୍‌ ବଜାର ଭାବେ ଭାରତୀୟ ସିଇ ଶିଳ୍ପ ବର୍ତ୍ତମାନ ଗ୍ଲୋବାଲ ସିଇ ଲ୍ୟାଣ୍ଡସ୍କେପ୍‌ରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଭାରତ ସରକାରଙ୍କ ଆକାଂକ୍ଷିତ ୧୧୧ଲକ୍ଷ କୋଟି ଟଙ୍କାର ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍ଚର ପାଇପ୍‌ଲାଇନ୍‌, ୨୦୩୦ ସୁଦ୍ଧା ୨୫ ବିଳିୟନ ଡଲାରର ଏକ ଆକାର ସହିତ ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ବଜାରରେ ପରିଣତ ହେବା ପାଇଁ ଭାରତୀୟ କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ସହାୟକ ହେବ ବୋଲି ମୋରେ କହିଛନ୍ତି। ଏ ସମ୍ପର୍କରେ ସିଆଇଆଇ ଓଡିଶା ଷ୍ଟେଟ୍‌ କାଉନ୍ସିଲ୍‌ର ଉପାଧ୍ୟକ୍ଷ ଏବଂ ଏସାର ମିନ୍‌ମେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ସିଇଓ ଶଶି ଶେଖର ମହାନ୍ତି କହିଛନ୍ତି, ଭିତ୍ତିଭୂମି ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟକାରିତା ପାଇଁ ବିଶ୍ୱସ୍ତରୀୟ ଟେକ୍ନୋଲୋଜିଗୁଡିକର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ହେଉଛି ରାଜ୍ୟର ବର୍ତ୍ତମାନର ଆବଶ୍ୟକତା। କନ୍‌ଷ୍ଟ୍ରକଶନ ଇକ୍ୱିପ୍‌ମେଣ୍ଟ୍‌ ସେକ୍ଟରରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଉପସ୍ଥିତି ସହିତ ଏକ୍ସକନ୍‌ କେବଳ ମୂଲ୍ୟ ସାପେକ୍ଷ ସମାଧାନ ସହିତ ବେଷ୍ଟ୍‌-ଇନ୍‌-କ୍ଲାସ୍‌ ଟେକ୍ନୋଲୋଜି ପ୍ରଦାନ କରିବ ନାହିଁ ବରଂ ସିଇ ଶିଳ୍ପରେ ଅତ୍ୟାଧୁନିକ ବିକାଶ ଉପରେ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri