Posted inଜାତୀୟ

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଭାବେ ନୂଆ ନୂଆ ଖୁଲାସା ହେଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପିଏସ୍‌ ବିଭବ କୁମାରଙ୍କ ବିରୋଧରେ ପୋଲିସ ଆକ୍ସନ ମୁଡ୍‌କୁ ଆସିଛି। ହେଲେ କ’ଣ ଆପଣ ଜାଣନ୍ତି ସ୍ବାତୀ କିଏ ଏବଂ ସେ ରାଜନୀତିରେ କେବେ ଏଣ୍ଟ୍ରି ନେଇଥିଲେ?

ସ୍ବାତୀ ୧୯୮୪ ଅକ୍ଟେବାର ୧୫ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏବଂ ମା’ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ। ସେ ଜଣେ ଆଇଟି ଗ୍ରାଜୁଏଟ୍‌। ସ୍ନାତକ ପରେ ସ୍ବାତୀ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଡିଆଙ୍କ ଏନ୍‌ଜିଓ ସହ ଯୋଡ଼ି ହୋଇ ସମାଜସେବା କରିଥିଲେ। ଅନ୍ନା ଆନ୍ଦୋଳନର ସେ ସବୁଠାରୁ କମ୍‌ ବୟସର ସଦସ୍ୟ ଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।

ଅନ୍ନା ଆନ୍ଦୋଳନ ପରେ ସ୍ବାତୀ ଜଣେ ପ୍ରଖର ବକ୍ତା ଏବଂ କର୍ମଠ ଦଳୀୟକର୍ମୀ ଭାବେ ନଜର ଆସିଥିଲେ। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ପରାମର୍ଶଦାତା ଭାବେ କାମ କରିଥିଲେ। ୨୦୨୫ରେ ଦ୍ୱିତୀୟ ଥର ଦିଲ୍ଲୀରେ ଏଏପି ସରକାର ଆସିବା ପରେ ତାଙ୍କୁ ଦିଲ୍ଲୀ ମହିଳା ଆୟୋଗ ଦାୟିତ୍ୱ ସମ୍ଭାଳିଥିଲେ। ପ୍ରାୟ ୯ ବର୍ଷ ଧରି ସେ ଅଧ୍ୟକ୍ଷ ପଦରେ ଥିଲେ। ତାଙ୍କର କାର୍ଯ୍ୟଶୈଳୀକୁ ନେଇ ଚଳିତ ବର୍ଷ ଏଏପି ତାଙ୍କୁ ରାଜ୍ୟସଭା ଲାଗି ବାଛିଥିଲା। ସେ ଏବେ ରାଜ୍ୟସଭା ଏମ୍‌ପି ଅଛନ୍ତି।

୨୦୧୨ରେ ସ୍ବାତୀ ନବୀନ ଜୟହିନ୍ଦଙ୍କୁ ବିବାହ କରିଥିଲେ। ୨୦୧୧ରେ ଦୁହେଁ ଅନ୍ନା ହଜାରେ ନେତୃତ୍ୱ ବିଶିଷ୍ଟ ଭାରତୀୟ ଭ୍ରଷ୍ଟ୍ରାଚାର ବିରୋଧୀ ଆନ୍ଦୋଳନ ସମୟରେ ପରସ୍ପରକୁ ଭେଟିଥିଲେ। ୮ ବର୍ଷ ଯାଏ ଏହି ସମ୍ପର୍କ ଚାଲିଥିଲା। ୨୦୨୦ରେ ସେମାନେ ଅଲଗା ହୋଇଥିଲେ।

କେଜ୍‌ରିଓ୍ବାଲଙ୍କ ବାସଭବନରେ ସହଯୋଗୀ ବିଭବ କୁମାର ତାଙ୍କୁ ମାର୍‌ପିଟ କରିବା ସହ ଅସଦାଚରଣ କରିଥିବା ସ୍ବାତୀ ସୋମବାର ଅଭିଯୋଗ କରିଥିଲେ। ଗୁରୁବାର ପୋଲିସ ମାମଲାକୁ ରୁଜୁ କରିବା ସହ ବିଭବଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ଶୁକ୍ରବାର ସ୍ବାତୀ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ରେକର୍ଡ କରିବାକୁ ତିସ ହଜାରୀ କୋର୍ଟରେ ପହଞ୍ଚିଥିଲେ। ଅପରପକ୍ଷେ ବିଭବ କୁମାରଙ୍କୁ ସମନ ମିଳିଥିଲେ ସୁଦ୍ଧା ସେ ଏହି ମାମଲାରେ ଜାତୀୟ ମହିଳା ଆୟୋଗଙ୍କ ସମ୍ମୁଖରେ ହାଜର ହୋଇନାହାନ୍ତି। ଏବେ ସ୍ବାତୀଙ୍କୁ ମାର୍‌ପିଟ କରାଯିବା ସମୟର ଭିଡିଓ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri