Categories: ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବ।
ଭାରତ ଏବଂ ୱେଷ୍ଟଇଣ୍ଡିଜ ଏହି ମୁକାବିଲା ତ୍ରିନିଦାଦରେ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଭାରତୀୟ ପ୍ରଶଂସକମାନେ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ଦେଖିପାରିବେ। ଏହା ବ୍ୟତୀତ, ଆପଣ ଫାନକୋଡରେ ଲାଇଭ ଷ୍ଟ୍ରିମିଂ ଉପଭୋଗ କରିପାରିବେ ।

Share