Categories: ଜାତୀୟ

ପୁଣି ୟୁନେସ୍କୋକୁ ନିର୍ବାଚିତ ହେଲା ଭାରତ

ନୂଆଦିଲ୍ଲୀ,୧୮।୧୧: ମିଳିତ ଜାତିସଂଘର ଶିକ୍ଷା ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ପୁନଃ ନିର୍ବାଚିତ ହୋଇଛି। ୟୁନେସ୍କୋ କାର୍ଯ୍ୟ ନିର୍ବାହୀ ବୋର୍ଡରେ ଭାରତ ୨୦୨୧-୨୫ ଯାଏ କାର୍ଯ୍ୟ କରିବ। ଭାରତ ସପକ୍ଷରେ ୧୬୪ ଖଣ୍ଡ ଭୋଟ ଥିଲା। ବୁଧବାର କାର୍ଯ୍ୟନିର୍ବାହୀ ସଦସ୍ୟ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାରତ ଗ୍ରୁପ ୪ରେ ରହିଛି। ଏଥିରେ ଏସିଆନ ଓ ପ୍ୟାସିଫିକ ରାଷ୍ଟ୍ର ରହିଛନ୍ତି। ଜାପାନ, ଫିଲିପାଇନ୍ସ, କୁକ ଦ୍ୱୀପପୁଞ୍ଜ ଓ ଚାଇନା ମଧ୍ୟ ଭାରତ ଭଳି ୟୁନେସ୍କୋର କାର୍ଯ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି।

ଜେନେରାଲ କନଫରେନ୍ସ ଦ୍ୱାରା ହିଁ ବୋର୍ଡକୁ ରାଷ୍ଟ୍ରଗୁଡିକ ନିର୍ବାଚିତ ହୁଅନ୍ତି। ୟୁନେସ୍କୋ କାର୍ଯ୍ୟନିର୍ବାହୀ ବୋର୍ଡ ମିଳିତ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହ ବଜେଟ ଉପସ୍ଥାପନ କରେ। ଏହାକୁ ଜାତିସଂଘର ମହାନିର୍ଦ୍ଦେଶକଙ୍କ ପାଖକୁ ପଠାଯାଏ। ଏଥିରେ ମୋଟ ୫୮ଟି ଦେଶ ରହିଛନ୍ତି।

Share