Categories: ଖେଳ

ନମ୍ବର ୧ ହେଲା ଭାରତ

ଅହମଦାବାଦ,୨୬।୨: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଚାରିମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ଏହି ବୃହତ ବିଜୟ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପୟନଶିପର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ତୃତୀୟ ଟେଷ୍ଟକୁ ଭାରତ ୧୦ ଉଇକେଟ୍‌ରେ ଜିତି ଇଂଲଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପୟନଶିପ ରେସ୍‌ରୁ ବିଦା କରିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ସହ ଚାମ୍ପିୟନଶିପ୍‌ର ଫାଇନାଲ ଖେଳିବାକୁ ଗୋଟିଏ ପାଦ ଆଗକୁ ବଢିଛି। ଏବେ ୪ର୍ଥ ଟେଷ୍ଟକୁ ଅତିକମରେ ଡ୍ର’ ରଖିଲେ ଭାରତ ଟେଷ୍ଟ ଚାମ୍ପିୟନଶିପ ଖେଳିବାକୁ ଯୋଗ୍ୟତା ହାସଲ କରିବେ।

Share