Categories: ଖେଳ

ଭାରତୀୟ ବୋଲର୍‌ଙ୍କ ଚମତ୍କାର ପ୍ରଦର୍ଶନ: ଜିମ୍ବାଓ୍ବେ ୧୮୯ ରନ୍‌ରେ ଅଲଆଉଟ୍‌

ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିମ୍ବାଓ୍ବେ ପ୍ରଥମେ ବ୍ୟାଟିଂ କରି ୪୦.୩ ଓଭରରେ ୧୮୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।
ଭାରତୀୟ ଅଧିନାୟକ କେ.ଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଦଳ ୫୭ ବଲ ବାକି ଥାଇ ଅଲଆଉଟ୍‌ ହୋଇଯାଇଥିଲା। ଜିମ୍ବାୱେ ପକ୍ଷରୁ ସର୍ବାଧିକ ୩୫ ରନ୍‌ ସ୍କୋର ଅଧିନାୟକ ଚକାବ୍ବା କରିଥିଲେ। ଜିମ୍ବାୱେର ଆରମ୍ଭ ଭଲ ଦେଖାଯାଉଥିଲା, କିନ୍ତୁ ଦୀପକ ଚହର ସପ୍ତମ ଓଭରରେ ୨୫ ଦଳଗତ ସ୍କୋରରେ ଇନୋସେଣ୍ଟ କାୟା (୪) କୁ ଆଉଟ୍‌ କରି ଆୟୋଜକଙ୍କୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଭାରତ ପାଇଁ ଅକ୍ଷର ପଟେଲ, ଦୀପକ ଚହର ଏବଂ ପ୍ରସିଦ୍ଧ କ୍ରିଷ୍ଣା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ।

 

Share