Categories: ଖେଳ

ଶ୍ରେୟସଙ୍କ ପ୍ରଦର୍ଶନ ଉପରେ ନଜର; ଆଜି ସିରିଜ କବ୍ଜା ଲକ୍ଷ୍ୟରେ ଓହ୍ଲାଇବ ଭାରତ

ଫୋର୍ଟ ଲାଉଡ୍‌ରହିଲ,୬।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଚତୁର୍ଥ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବା ଯୋଗୁ ଆଜିର ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ ମଧ୍ୟ ବାକିଥିବା ଦୁଇ ମ୍ୟାଚ୍‌କୁ ଜିତି ସିରିଜ ଜିତିବା ଲକ୍ଷ୍ୟ ରଖିଛି।

ତେବେ ଏହି ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।କାରଣ ଏହା ତାଙ୍କର ବିଶ୍ୱକପ୍‌ ଟିମ୍‌ରେ ସ୍ଥାନକୁ ପକ୍କା କରିପାରେ। ଅପରପକ୍ଷେ ଦୀପକ ହୁଡ୍ଡା ମିଳିଥିବା ସୁଯୋଗର ଫାଇଦା ଉଠାଇଥିବା ଯୋଗୁ ମଧ୍ୟକ୍ରମରେ ଆୟରଙ୍କୁଁ ସ୍ଥାନ ମିଳିବା କଷ୍ଟକର। ଏସିଆ କପ୍‌ରେ କେଏଲ୍‌ ରାହୁଲ ଏବଂ ବିରାଟ କୋହଲି ଦଳକୁ ଫେରିବା ନିଶ୍ଚିତ ଥିବାରୁ ଶ୍ରେୟସ ଦଳରୁ ବାହାର ହୋଇ ପାରନ୍ତି। ଏଯାବତ ତିନି ମ୍ୟାଚ୍‌ରେ ସେ ଯଥାକ୍ରମେ ୦, ୧୧ ଏବଂ ୨୪ ରନ୍‌ କରିଛନ୍ତି।

ଗତ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ସୂର୍ଯ୍ୟକୁମାର ଯାଦବଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ। ଏଣୁ ସେ ଆଜିର ମ୍ୟାଚ୍‌ରେ ମଧ୍ୟ ଓପନିଂ କରିବେ ବୋଲି କୁହାଯାଉଛି।

Share