Posted inଖେଳ

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ ଆଗରେ ଅଛି। ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ହେବା ପରେ ଏହା ଭାରତୀୟ ଦଳ ପ୍ରଥମ ବିଜୟ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଧିନାୟକତ୍ୱ ଛାଡିଥାଇ ପାରନ୍ତି, କିନ୍ତୁ ପ୍ରଥମ ମ୍ୟାଚ୍‌ରେ ପଡ଼ିଆରେ ତାଙ୍କର ଆଭିମୁଖ୍ୟ ଦେଖି ଲାଗୁ ନ ଥିଲା ସେ ରୋହିତଙ୍କ ଅଧୀନରେ ଖେଲୁଛନ୍ତି। ଅନେକ ଥର ବିରାଟ କେବଳ ରୋହିତଙ୍କୁ ବୁଝାଉଥିବାର ଦେଖାଯାଇଥିଲା।
ସ୍ଥାୟୀ ଅଧିନାୟକ ହେବା ପରେ ରୋହିତ ଶର୍ମାଙ୍କର ଏହା ପ୍ରଥମ ମ୍ୟାଚ ହୋଇଥିବାବେଳେ ବିରାଟ ତାଙ୍କୁ ଅଧିନାୟକତ୍ୱରେ ସାହାଯ୍ୟ କରୁଥିବା ଦେଖାଯାଇଥିଲା। ମ୍ୟାଚରେ ଏକ ଘଟଣା କ୍ରମରେ ବିରାଟ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ବାଧ୍ୟ କରୁଥିଲେ। ୱେଷ୍ଟଇଣ୍ଡିଜ ଇନିଂସର ୨୨ ତମ ଓଭରରେ ୟୁଜବେନ୍ଦ୍ର ଚହଲ ବୋଲିଂ କରିବାକୁ ଆସିଥିଲେ। ତା’ପରେ ଏକ ବଲ ଶାମର ବ୍ରୁକ୍ସଙ୍କ ବ୍ୟାଟିଂ ଧାରରେ ବାଜି ଉଇକେଟ୍‌ କିପର୍‌ ରିଷଭ ପନ୍ତଙ୍କ ହାତକୁ ଯାଇଥିଲା। ଖେଳାଳିମାନେ ଆଉଟ୍‌ ପାଇଁ ଅପିଲ୍‌ କରିବା ପରେ ଫିଲ୍ଡ ଅମ୍ପାୟାର ଆଉଟ ଦେଇ ନ ଥିଲେ। ଯାହା ପରେ ଚହଲ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ କହିଥିଲେ। ତେବେ ସେହି ସମୟରେ ରିଷଭ ପନ୍ତ ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ମନା କରିଦେଇଥିଲେ। ତା’ପରେ ବିରାଟ କୋହଲି ସେଠାରେ ପହଞ୍ଚି ରୋହିତଙ୍କୁ ଡିଆର୍‌ଏସ୍‌ ନେବାକୁ ବୁଝାଇଥିଲେ। ବିରାଟଙ୍କ ସହ ସହମତ ହୋଇ ରୋହିତ ଡିଆର୍‌ଏସ୍‌ ନେଇଥିଲେ। ପରେ ବ୍ରୁକ୍ସଙ୍କୁ ତୃତୀୟ ଅମ୍ପାୟାର୍‌ ଆଉଟ୍‌ ଦେଇଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri