Categories: ଖେଳ

ଓ୍ବେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮ ରନ୍‌ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌କୁ ୩୦୯ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଓପନର ଶିଖର ଧାଓ୍ବନ, ଶୁଭମନ ଗିଲ, ଶ୍ରେୟାସ ଆୟାର ଅର୍ଦ୍ଧଶତକ କରିଛନ୍ତି।

ପ୍ରକାଶ ଯେ, ନିକୋଲାସ୍‌ ପୁରନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଓପନର ଧାଓ୍ବନ ଓ ଶୁବମନ ଦଳକୁ ଉଲ୍ଲେଖନୀୟ ବ୍ୟାଟିଂ କରି ଭଲ ଆରମ୍ଭ ଦେଇଥିଲେ। ଏହା ପରେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ ଦଳକୁ ସମ୍ଭାଳିଥିଲେ। ତେବେ ମ୍ୟାଚରେ ଭାରତ ଇଶାନ କିଶନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଖେଳାଇଥିବା ବେଳେ ଆହତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସ୍ଥାନ ପାଇଥିଲେ ଅକ୍ଷର ପଟେଲ। ସେହିପରି ଓ୍ବେଷ୍ଟଇଣ୍ଡିଜ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଜାସନ ହୋଲ୍ଡର କରୋନାରେ ଆକ୍ରାନ୍ତ ହୋଇଥିବାରୁ କାଇଲ ମେୟର୍ସଙ୍କୁ ସାମିଲ କରାଯାଇଥିଲା।

Share