Categories: ଖେଳ

ମ୍ୟାଚ୍‌ ଚାଲିଥିବାବେଳେ କୋହଲିଙ୍କ ପାଦ ଛୁଇଁଲେ ଦର୍ଶକ: ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ୍‌,୧୬।୧: ଭାରତୀୟ ଦଳ ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନ୍‌ରେ ପରାସ୍ତ କରି ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଶୁଭମାନ ଗିଲ ଟିମ ଇଣ୍ଡିଆ ପକ୍ଷରୁ ଚମତ୍କାର ଶତକ ହାସଲ କରିଥିଲେ। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୫ ଉଇକେଟ ହରାଇ ୩୯୦ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚ୍‌ରେ ଏକ ରୋଚକ ଘଟଣା ଘଟିଥିଲା। ଜଣେ ପ୍ରଶଂସକ କୋହଲିଙ୍କୁ ଭେଟିବା ପାଇଁ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କା ଇନିଂସ ସମୟରେ ଏହି ଘଟଣା ଘଟିଥିଲା। ପ୍ରଶଂସକ ଜଣଙ୍କ ବିରାଟ କୋହଲିଙ୍କ ପାଦ ଛୁଇଁଥିଲେ। ତା’ପରେ ସୁର୍ଯ୍ୟକୁମାର ଯାଦବ ପ୍ରଶଂସକଙ୍କ ମୋବାଇଲରେ କୋହଲିଙ୍କ ସହ ଏକ ଫଟୋ ଉଠାଇଥିଲେ। ପରେ ସୁରକ୍ଷାକର୍ମୀମାନେ ପ୍ରଶଂସକଙ୍କୁ ପଡିଆରୁ ବାହାର କରିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ କୋହଲିଙ୍କ ସହ ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରୁଛନ୍ତି।
କୋହଲି ଏହି ମ୍ୟାଚ୍‌ରେ ୧୧୦ ବଲରେ ୧୬୬ ରନ ସ୍କୋର କରିଥିଲେ, ଏଥିରେ ୮ଟି ଲମ୍ବା ଛକା ସାମିଲ ଥିଲା।

Share