Categories: ଖେଳ

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହିତ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ପୂର୍ବ ମ୍ୟାଚ ଅପେକ୍ଷା ବ୍ୟାଟିଂ ପାଇଁ ଏହି ଉଇକେଟ ଭଲ ବୋଲି ଶ୍ରୀଲଙ୍କାର ଅଧିନାୟକ ଦାସୁଲ ଶନାକା କହିଛନ୍ତି। ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ୭ ଉଇକେଟରେ ବିଜୟ ହାସଲ କରି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।

Share