Posted inଖେଳ

ପ୍ରଥମ ଦିନରେ ଭାରତ ୩୫୭/୬

ମୋହାଲି,୪।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ୱିକେଟ କିପର- ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ୬ ଉଇକେଟ ହରାଇ ୩୫୭ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୪୫ ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ କରି ଅପରାଜିତ ରହିଛନ୍ତି।

ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ୧୦୦ତମ ମ୍ୟାଚ୍‌ ଖେଳୁଥିଲେ। ସ୍ବତନ୍ତ୍ର ମ୍ୟାଚ୍‌ରେ ବିରାଟଙ୍କ ପୁରୁଣା ଫର୍ମ ଫେରି ଆସିବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ସେମାନଙ୍କୁ ଖୁସି ମିଳିଲା ନାହିଁ। ଅପରପକ୍ଷେ ମ୍ୟାଚରେ ପନ୍ତ ଜବରଦସ୍ତ ବ୍ୟାଟିଂ କରି ଶ୍ରୀଲଙ୍କାଠାରୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଛଡ଼ାଇ ନେଇଛନ୍ତି। ହେଲେ ନର୍ଭସ ୯୦ର ଶିକାର ହୋଇ ସେ ଶତକର ନିକଟତର ଆସି ବଞ୍ଚିତ ହୋଇଛନ୍ତି। ପନ୍ତ ୯୭ ବଲରେ ୯ ଚୌକା ଓ ୪ ଛକା ସହ ୯୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ବ୍ୟତୀତ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ ଅର୍ଦ୍ଧଶତକ ମାରିଛନ୍ତି।

କ୍ୟାପଟେନ ଭାବେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ରୋହିତ୍ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଏବଂ ମୟଙ୍କ ଓପନିଂ କରି ୫୨ ରନ୍‌ ଭାଗିଦାରି କରିଥିଲେ। ପରେ ଉଭୟଙ୍କ ଉଇକେଟ ଯାଇଥିଲା। ସେତେବେଳକୁ ଦଳର ସ୍କୋର ୮୦ ଥିଲା। ବିରାଟ ଏବଂ ହନୁମା ମଧ୍ୟ ଦଳର ସ୍ଥିତିକୁ ମଜଭୂତ କରିବା ଲାଗି ୯୦ ରନ୍‌ର ଇନିଂସ ଖେଳିଥିଲେ। କୋହଲି ୭୬ ବଲ୍‌ରେ ୪୫ ରନ୍‌ କରିଥିଲେ। ଏହି ପରି ଭାବେ ତୃତୀୟ ସେଶନରେ ପନ୍ତ ଚୌକା ଓ ଛକା ବର୍ଷା କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ତେବେ ନୂଆ ବଲ ତାଙ୍କ ପାଇଁ କାଳ ହୋଇଥିଲା। ପେସର୍‌ ସୁରଙ୍ଗା ଲାକମଲଙ୍କ ଇନସୁଇଂକୁ ବୁଝିନପାରି ପନ୍ତ କ୍ଲିନ ବୋଲ୍ଡ ହୋଇଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ହେଁ ପନ୍ତ ଷଷ୍ଠ ଉଇକେଟ ପାଇଁ ଜାଡେଜାଙ୍କ ସହ ମିଶି ୧୦୪ ରନ ଯୋଡ଼ି ଭାରତକୁ ବଡ଼ ସ୍କୋର ମୁହାଁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri