Categories: ଖେଳ

ପ୍ରଥମ ମ୍ୟାଚ୍‌ରେ ‘ଶୂନ’ କରି ଧୋନୀ, ରାହୁଲଙ୍କ କ୍ଲବରେ ସାମିଲ ହେଲେ ଶ’

କଲମ୍ବୋ,୨୬।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ଦଳକୁ ୩୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପୃଥ୍ବୀ ଶ’ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। କିନ୍ତୁ ସେ ଭାରତୀୟ ପାଳିର ପ୍ରଥମ ବଲ୍‌ରେ ସେ ଶୂନରେ ଆଉଟ୍‌ ହୋଇ ମହେନ୍ଦ୍ର ସିଂ ଧୋନୀ ଏବଂ କେଏଲ୍‌ ରାହୁଲଙ୍କ କ୍ଳବରେ ସାମିଲ ହୋଇଛନ୍ତି। ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୋନୀ ଟି-୨୦ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ରେ ସେ ଶୂନରେ ଆଉଟ୍‌ ହୋଇଥିଲେ। ସେହିପରି କେଏଲ୍‌ ରାହୁଲ ମଧ୍ୟ ୨୦୧୬ରେ ନିଜ କ୍ୟାରିୟରର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଥିଲେ।

Share