Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍‌ର ଟାର୍ଗେଟ୍‌

ବିଶାଖାପଟନମ୍‌,୧୪।୬: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ୧୮୦ ରନ୍‌ର ଟାର୍ଗେଟ ଦେଇଛି ଭାରତ। ଟସ୍‌ରେ ହାରିବା ପରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତୀୟ ଟିମ୍‌ରୁ ଋତୁରାଜ ଗାଏକଓ୍ବାଡ ଏବଂ ଈଶାନ କିଶନ ଯଥାକ୍ରମେ ୫୭ ଏବଂ ୫୪ ରନ୍‌ କରିଥିଲେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୧ ରନ୍‌ କରିଥିଲେ।

ପ୍ରକାଶ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ପୂର୍ବ ଦୁଇ ଟି୨୦ରେ ଟିମ୍‌ ଇଣ୍ଡିଆକୁ ପରାଜିତ ହେବାକୁ ପଡ଼ିଛି। ଏଣୁ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ ‘କର ବା ମର’ ମ୍ୟାଚ୍‌ ଭାରତ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ନଚେତ ଦକ୍ଷିଣ ଆଫ୍ରିକା ଟିମ୍‌ ବେଶ ସହଜରେ ସିରିଜ ବିଜେତା ହୋଇଯିବ।

Share