Posted inଖେଳ

ଇତିହାସ ରଚିଲେ ମିତାଲି: ସଚିନ ତେନ୍ଦୁଲକରଙ୍କ ପରେ କଲେ ଏମିତି କାରନାମା

ଭାରତୀୟ ମହିଳା କ୍ରିକେଟ ଦଳ ପ୍ରାୟ ଏକ ବର୍ଷ ପରେ ପଡ଼ିଆକୁ ଫେରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ରବିବାର ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ମହିଳା ଦଳ ୩୬୪ ଦିନ ପରେ ପଡ଼ିଆରେ ଅବତରଣ କରିଥିଲେ। ଭାରତର ତାରକା ମହିଳା କ୍ରିକେଟର ମିଥାଲି ରାଜ ପଡ଼ିଆରେ ଅବତରଣ କରିବା ପରେ ତାଙ୍କ ନାମରେ ଅନେକ ରେକର୍ଡ କରିଥିଲେ। ମିତାଲି ଅନ୍ତର୍ଜାତୀୟ କ୍ରିକେଟର ଚତୁର୍ଥ ଦଶନ୍ଧି ଖେଳୁଛନ୍ତି। ୧୯୯୯ରୁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଏହା ସହ ସେ ଦୀର୍ଘ ଦିନର ଏକଦିବସୀୟ କ୍ୟାରିୟର ପ୍ରସଙ୍ଗରେ ବିଶ୍ୱ ଭେଟେରାନ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟାଙ୍କୁ ଅତିକ୍ରମ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ମିତାଲି ଦୀର୍ଘ ଏକଦିବସୀୟ କ୍ୟାରିୟରବିଶିଷ୍ଟ ଖେଳାଳି ହୋଇଛନ୍ତି।
ସଚିନଙ୍କ ଏକଦିବସୀୟ କ୍ୟାରିୟର ୨୨ ବର୍ଷ ୯୧ ଦିନ ଥିଲା। ଏଥି ସହିତ ମିତାଲି ରାଜଙ୍କ ଏକଦିବସୀୟ କ୍ୟାରିୟର ୨୧ ବର୍ଷ ୨୫୪ ଦିନ ହୋଇସାରିଛି। ଦୀର୍ଘତମ ଏକଦିବସୀୟ କ୍ୟାରିୟର ସହିତ କ୍ରିକେଟର ତାଲିକାରେ ସନଥ ଜୟସୁରିୟା ତୃତୀୟ, ଯାହାଙ୍କ କ୍ୟାରିୟର ୨୧ ବର୍ଷ ୧୮୪ ଦିନ ଥିଲା। ଜାଭେଦ ମିଆନ୍ଦାଦ ୨୦ ବର୍ଷ ୨୭୨ ଦିନ ସହିତ ଚତୁର୍ଥ ସ୍ଥାନରେ ଏବଂ କ୍ରିସ୍‌ ଗେଲ ୧୯ ବର୍ଷ ୩୩୭ ଦିନ ସହିତ ପଞ୍ଚମ ସ୍ଥାନରେ ଅଛନ୍ତି। ୩୮ ବର୍ଷ ବର୍ଷିୟା ମିତାଲି ଜୁନ୍‌ ୨୬, ୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସେ ୨୦୯ଟି ଏକଦିବସୀୟ ମ୍ୟାଚ୍‌ ଖେଳି ୬ ହଜାର ୮୮୮ ରନ କରିଛନ୍ତି। ସେଥିରେ ସେ ୭ଟି ଶତକ ଏବଂ ୫୩ ଅର୍ଦ୍ଧଶତକ ଅଛି। ଏହା ବ୍ୟତୀତ ମିତାଲି ମଧ୍ୟ ୧୦ଟି ଟେଷ୍ଟ ଏବଂ ୮୯ଟି -୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri