Posted inଖେଳ

ଆଫ୍ରିକା ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳିଙ୍କ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଚଳିତ ମାସ ୨୮ ତାରିଖରେ ଥିରୁଭାନନ୍ତପୁରମଠାରେ ଆରମ୍ଭ ହେବ। ଏହି ସିରିଜ ପାଇଁ ପୂର୍ବ ଘୋଷିତ ଭାରତୀୟ ଦଳରେ କେତେକ ପରିବର୍ତ୍ତନ କରାଯାଇଛି। କୋଭିଡ-୧୯ରୁ ମୁକୁଳି ନ ଥିବାରୁ ଦ୍ରୁତ ବୋଲର ମହମ୍ମଦ ଶାମି ଓହରି ଯାଇଥିବାରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦୀପକ ହୁଦା ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଖେଳିପାରିବେ ନାହିଁ। ତେଣୁ ଦଳରେ ବେଙ୍ଗଲ ଅଲ୍‌ରାଉଣ୍ଡର ଶାହବାଜ ଅହମଦ ଏବଂ ଶ୍ରେୟସ ଆୟାରଙ୍କୁ ସାମିଲ କରାଯାଇଛି। ”ଶାମି କୋଭିଡ-୧୯ରୁ ମୁକୁଳି ନ ନାହାନ୍ତି। ତେଣୁ ସେ ସୁସ୍ଥ ହେବାକୁ ସମ୍ଭବତଃ ଆଉକିଛି ଦିନ ସମୟ ଲାଗିବ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରି ଯାଇଛନ୍ତି। ଶାମିଙ୍କ ବଦଳ ଖେଳାଳି ଭାବେ ଉମେଶ ଯାଦବ ଦଳରେ ରହିବେ“ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri