Categories: ଖେଳ

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

କେପଟାଉନ,୧୦।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାର ଠାରୁ କେପଟାଉନରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଛି ଏବଂ ଦ୍ୱିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଛି। ତୃତୀୟ ମ୍ୟାଚ୍‌ ଦୁଇ ଦଳ ଜିତି ସିରିଜ୍‌ ହାତେଇବାକୁ ଚେଷ୍ଟା କରିବ। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ଭାରତ କୌଣସି ସିରିଜ ଜିତି ନାହିଁ। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଏଠାରେ ସିରିଜ ଜିତିବାକୁ ଚାହୁଁଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚର ଲାଇଭ ପ୍ରସାରଣକୁ କେବେ, କେଉଁଠାରେ ଏବଂ କିପରି ଦେଖିହେବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ କେବେ ଖେଳାଯିବ?

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଜାନୁଆରୀ ୧୧ରୁ ଖେଳାଯିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା କେଉଁଠାରେ ଖେଳାଯିବ?

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ କେପଟାଉନରେ ଖେଳାଯିବ।

ମ୍ୟାଚ କେଉଁ ସମୟ ଆରମ୍ଭ ହେବ?

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରେ ଆରମ୍ଭ ହେବ।

କେଉଁଠାରେ ମ୍ୟାଚର ଲାଇଭ ପ୍ରସାରଣ ଦେଖିବେ?

ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ବିଭିନ୍ନ ଭାଷାରେ ଦେଖିବାକୁ ମିଳେ। ଏହି ମ୍ୟାଚ ହିନ୍ଦୀ/ଇଂରାଜୀ ବ୍ୟତୀତ ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ।

ମ୍ୟାଚର ଅନଲାଇନ ଷ୍ଟ୍ରିମିଂ କେମିତି ଦେଖିବେ?

ଲାଇଭ ଷ୍ଟ୍ରିମିଂ ସବସ୍କ୍ରିପସନ ସହିତ ଡିଜ୍‌ନୀ + ହଟଷ୍ଟାରରେ ମ୍ୟାଚ ଅନଲାଇନରେ ଦେଖାଯାଇପାରିବ।

 

Share