Categories: ଖେଳ

ଅନ୍ତିମ ଟି୨୦: ଭାରତକୁ ୨୨୮ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଅର୍ଶଦୀପ ସିଂହ କୌଣସି ସମସ୍ୟା ହେତୁ ବାଦ୍‌ ପଡ଼ିଛନ୍ତି। ଏଣୁ ଏହି ଖେଳାଳିଙ୍କ ସ୍ଥାନରେ ଶ୍ରେୟାସ ଆୟର, ମହମ୍ମଦ ସିରାଜ ଏବଂ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି।

ଶେଷ ଟି୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ବ୍ୟାଟିଂ ଆମନ୍ତ୍ରଣ ଦକ୍ଷିଣ ଆଫ୍ରିକାକୁ ମିଳିଥିଲା। ତେବେ ଦଳ ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ୩ ଉଇକେଟ ହରାଇ ୨୨୭ ରନ୍‌ କରିବାରେ ସଫଳ ହୋଇଛି। ଭାରତକୁ ୨୨୮ ରନ୍‌ର ଟାର୍ଗେଟ ମିଳିଛି। ପ୍ରଥମରୁ ସିରିଜର ଦୁଇଟି ମ୍ୟାଚ୍‌ ଭାରତ ଜିତିଥିବା କାରଣରୁ ଶେଷ ମ୍ୟାଚ୍‌ ଜିତି ରେକର୍ଡ କରିବ ବୋଲି ଆଶା କରାଯାଉଛି।

 

Share