Categories: ଖେଳ

ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା

ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ ହେବାରୁ ଖେଳ ଆରମ୍ଭ ମଧ୍ୟ ବିଳମ୍ବ ହେଉଛି। ଆଜି ସକାଳୁ ସେଞ୍ଚୁରିୟନରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଖେଳ ଆରମ୍ଭ ହେବାର ପ୍ରାୟ ୨୦ ମିନିଟ ପୂର୍ବରୁ ବର୍ଷା ବନ୍ଦ ହୋଇଯାଇଥିଲା, କିନ୍ତୁ କିଛି ସମୟ ପୂର୍ବରୁ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା।
ପ୍ରଥମ ଦିନର ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନ ଖେଳ ଶେଷ ହେବା ବେଳକୁ ଭାରତ ୩ ଉଇକେଟ ହରାଇ ୨୭୨ ରନ ସଂଗ୍ରହ କରିଥିଲା।

Share