Categories: ଖେଳ

ଟସ୍‌ ଜିତିଲା ଭାରତ

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଲକ୍ଷ୍ନୌ ଖେଳାଯାଉଛି। ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ବିଜୟ ସହ ସିରିଜ ଆରମ୍ଭ କରିବାକୁ ଚାହୁଁଛି। ଭାରତୀୟ ଅଧିନାୟକ ଶିଖର ଧାୱନ ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ମ୍ୟାଚ ୪୦ ଓଭରକୁ ହ୍ରାସ କରାଯାଇଛି। ପ୍ରଥମ ପାୱାରପ୍ଲେ ଏକରୁ ଆଠ ଓଭର ମଧ୍ୟରେ ହେବ। ଦ୍ୱିତୀୟ ପାୱାରପ୍ଲେ ୨୪ ଓଭର ପର୍ଯ୍ୟନ୍ତ ଏବଂ ତୃତୀୟ ପାୱାରପ୍ଲେ ଆଠ ଓଭର ହେବ। ଭାରତ ପାଇଁ ରିତୁରାଜ ନିଜର ଦିନିକିଆ ଡେବ୍ୟୁ କରୁଛନ୍ତି। ଭାରତୀୟ ଦଳ ୬ ଜଣ ବ୍ୟାଟ୍ସମ୍ୟାନ ଏବଂ ପାଞ୍ଚ ଜଣ ବୋଲରଙ୍କ ସହ ଖେଳୁଛନ୍ତି। ଏଥିରେ ଦୁଇଜଣ ସ୍ପିନର ଏବଂ ତିନୋଟି ଦ୍ରୁତ ବୋଲର ଅନ୍ତର୍ଭୁକ୍ତ।

Share