Posted inଖେଳ

ମହିଳା ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ,୫ା୧୦: ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଖେଳାଳିମାନେ ହାତ ନ ମିଳାଇବାକୁ ନେଇ ବିବାଦ ହୋଇଥିବାରୁ ଏହି ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଭାରତୀୟ ପୁରୁଷ ଖେଳାଳିଙ୍କ ଭଳି ମହିଳା ଖେଳାଳିମାନେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ବୋଲି ଆଶା କରାଯାଉଛି। ତେବେ ଦୁର୍ବଳ ପାକିସ୍ତାନ ବିପକ୍ଷରେ ଭାରତକୁ ଫେଭରାଇଟ୍‌ ବିବେଚନା କରାଯାଉଛି। କାରଣ ମହିଳା କ୍ରିକେଟରେ ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୨୪-୩ ବ୍ୟବଧାନରେ ଆଗରେ ରହିଛି। ପାକିସ୍ତାନ ଟି୨୦ ଫର୍ମାଟରେ ୩ ମ୍ୟାଚ୍‌ ଜିତିଥିବା ବେଳେ ଦିନିକିଆ ଫର୍ମାଟରେ କଦାପି ଭାରତକୁ ହରାଇ ପାରି ନାହିଁ। ପାକିସ୍ତାନ ବିପକ୍ଷରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ୧୦୦ ପ୍ରତିଶତ ରେକର୍ଡ ରହିଛି।
ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ଭାରତ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫୯ ରନରେ ପରାସ୍ତ କରିଥିବା ବେଳେ ପାକିସ୍ତାନ ୭ ଉଇକେଟରେ ବାଂଲାଦେଶଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିସାରିଥିବା ବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଭାରତ ୧୨୪ ରନରେ ପ୍ରମୁଖ ୬ ଉଇକେଟ ହରାଇବା ସତ୍ତ୍ୱେ ୪୭ ଓଭରରେ ୨୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲା। ଏଣୁ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ମ୍ୟାଚ୍‌କୁ ଓହ୍ଲାଇବ। କଲମ୍ବୋର ସର୍ଫେସରେ ଖେଳାଯାଇଥିବା ବାଂଲାଦେଶ ଓ ପାକିସ୍ତାନ ମ୍ୟାଚ୍‌ରେ ଅତ୍ୟଧିକ ସିମ୍‌ ମୁଭମେଣ୍ଟ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ରେଣୁକା ସିଂ ଠାକୁରଙ୍କ ଭଳି ଆଗଧାଡ଼ିର ପେସରଙ୍କୁ ଖେଳାଇପାରେ। ଭାରତୀୟ ଦଳର ବ୍ୟାଟିଂ ଶକ୍ତିଶାଳୀ ଥିବାବେଳେ ପାକିସ୍ତାନର ମୁଖ୍ୟ ଚିନ୍ତା ହେଉଛି ବ୍ୟାଟିଂ। ପାକିସ୍ତାନ ଦଳକୁ ଗୋଟିଏ ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳିବାର ଫାଇଦା ମିଳିପାରେ। କିନ୍ତୁ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବାକୁ ହେଲେ ପାକିସ୍ତାନ ଦଳକୁ ଅସାଧାରଣ ପ୍ରଦର୍ଶନ କରିବାକୁ ପଡ଼ିବ।
ଭାରତୀୟ ମହିଳା ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା(ଉପ ଅଧିନାୟିକା), ପ୍ରତିକା ରାଓ୍ବଲ, ହର୍ଲିନ ଦେଓଲ, ଜେମିମା ରୋଡ୍ରିଗୁଏଜ, ରିଚା ଘୋଷ, ଉମା ଛେତ୍ରୀ, ରେଣୁକା ସିଂ ଠାକୁର, ଦୀପ୍ତି ଶର୍ମା, ସ୍ନେହ ରଣା, ଶ୍ରୀ ଚରନି, ରାଧା ଯାଦବ, ଅମନଜୋତ କୌର, ଅରୁନ୍ଧତି ରେଡ୍ଡୀ, କ୍ରାନ୍ତି ଗୌଡ଼।
ପାକିସ୍ତାନୀ ମହିଳା ଦଳ: ଫାତିମା ସାନା (ଅଧିନାୟିକା), ମୁନିବା ଅଲୀ ସିଦ୍ଦିକି (ଉପ ଅଧିନାୟିକା), ଆଲିୟା ରିଆଜ, ଡାଏନା ବେଗ, ଇମାନ ଫାତିମା, ନଶ୍ରା ସୁନ୍ଧୁ, ନାତାଲିଆ ପରଭେଜ, ଓମାଇମା ସୋହେଲ, ରମିନା ଶମିମ, ସଦାଫ ଶାମ୍ସ, ସାଦିଆ ଇକବାଲ, ଶାଓ୍ବାଲ ଜୁଲଫିକର, ସିଦ୍ରା ଆମିନ, ସିଦ୍ରା ନଓ୍ବାଜ, ସୟେଦା ଆରୁବ ଶାହ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri