Posted inଖେଳ

ମହିଳା ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ

କଲମ୍ବୋ,୫ା୧୦: ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଖେଳାଳିମାନେ ହାତ ନ ମିଳାଇବାକୁ ନେଇ ବିବାଦ ହୋଇଥିବାରୁ ଏହି ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଭାରତୀୟ ପୁରୁଷ ଖେଳାଳିଙ୍କ ଭଳି ମହିଳା ଖେଳାଳିମାନେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ବୋଲି ଆଶା କରାଯାଉଛି। ତେବେ ଦୁର୍ବଳ ପାକିସ୍ତାନ ବିପକ୍ଷରେ ଭାରତକୁ ଫେଭରାଇଟ୍‌ ବିବେଚନା କରାଯାଉଛି। କାରଣ ମହିଳା କ୍ରିକେଟରେ ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୨୪-୩ ବ୍ୟବଧାନରେ ଆଗରେ ରହିଛି। ପାକିସ୍ତାନ ଟି୨୦ ଫର୍ମାଟରେ ୩ ମ୍ୟାଚ୍‌ ଜିତିଥିବା ବେଳେ ଦିନିକିଆ ଫର୍ମାଟରେ କଦାପି ଭାରତକୁ ହରାଇ ପାରି ନାହିଁ। ପାକିସ୍ତାନ ବିପକ୍ଷରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ୧୦୦ ପ୍ରତିଶତ ରେକର୍ଡ ରହିଛି।
ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ଭାରତ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫୯ ରନରେ ପରାସ୍ତ କରିଥିବା ବେଳେ ପାକିସ୍ତାନ ୭ ଉଇକେଟରେ ବାଂଲାଦେଶଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିସାରିଥିବା ବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଭାରତ ୧୨୪ ରନରେ ପ୍ରମୁଖ ୬ ଉଇକେଟ ହରାଇବା ସତ୍ତ୍ୱେ ୪୭ ଓଭରରେ ୨୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲା। ଏଣୁ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ମ୍ୟାଚ୍‌କୁ ଓହ୍ଲାଇବ। କଲମ୍ବୋର ସର୍ଫେସରେ ଖେଳାଯାଇଥିବା ବାଂଲାଦେଶ ଓ ପାକିସ୍ତାନ ମ୍ୟାଚ୍‌ରେ ଅତ୍ୟଧିକ ସିମ୍‌ ମୁଭମେଣ୍ଟ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ରେଣୁକା ସିଂ ଠାକୁରଙ୍କ ଭଳି ଆଗଧାଡ଼ିର ପେସରଙ୍କୁ ଖେଳାଇପାରେ। ଭାରତୀୟ ଦଳର ବ୍ୟାଟିଂ ଶକ୍ତିଶାଳୀ ଥିବାବେଳେ ପାକିସ୍ତାନର ମୁଖ୍ୟ ଚିନ୍ତା ହେଉଛି ବ୍ୟାଟିଂ। ପାକିସ୍ତାନ ଦଳକୁ ଗୋଟିଏ ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳିବାର ଫାଇଦା ମିଳିପାରେ। କିନ୍ତୁ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବାକୁ ହେଲେ ପାକିସ୍ତାନ ଦଳକୁ ଅସାଧାରଣ ପ୍ରଦର୍ଶନ କରିବାକୁ ପଡ଼ିବ।
ଭାରତୀୟ ମହିଳା ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା(ଉପ ଅଧିନାୟିକା), ପ୍ରତିକା ରାଓ୍ବଲ, ହର୍ଲିନ ଦେଓଲ, ଜେମିମା ରୋଡ୍ରିଗୁଏଜ, ରିଚା ଘୋଷ, ଉମା ଛେତ୍ରୀ, ରେଣୁକା ସିଂ ଠାକୁର, ଦୀପ୍ତି ଶର୍ମା, ସ୍ନେହ ରଣା, ଶ୍ରୀ ଚରନି, ରାଧା ଯାଦବ, ଅମନଜୋତ କୌର, ଅରୁନ୍ଧତି ରେଡ୍ଡୀ, କ୍ରାନ୍ତି ଗୌଡ଼।
ପାକିସ୍ତାନୀ ମହିଳା ଦଳ: ଫାତିମା ସାନା (ଅଧିନାୟିକା), ମୁନିବା ଅଲୀ ସିଦ୍ଦିକି (ଉପ ଅଧିନାୟିକା), ଆଲିୟା ରିଆଜ, ଡାଏନା ବେଗ, ଇମାନ ଫାତିମା, ନଶ୍ରା ସୁନ୍ଧୁ, ନାତାଲିଆ ପରଭେଜ, ଓମାଇମା ସୋହେଲ, ରମିନା ଶମିମ, ସଦାଫ ଶାମ୍ସ, ସାଦିଆ ଇକବାଲ, ଶାଓ୍ବାଲ ଜୁଲଫିକର, ସିଦ୍ରା ଆମିନ, ସିଦ୍ରା ନଓ୍ବାଜ, ସୟେଦା ଆରୁବ ଶାହ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri